ଓଡିଶା

odisha

ETV Bharat / city

ଅରିନ୍ଦମଙ୍କ ପରିବାର ପାଇଁ ୪ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ - ଗଜରାଜ ଉଦ୍ଧାର ଘଟଣା

କଟକ ମୁଣ୍ଡଳିରେ ହାତୀ ଉଦ୍ଧାର ସମୟରେ ଓଟିଭି ରିପୋର୍ଟର ଅରିନ୍ଦମଙ୍କ ଅକାଳ ବିୟୋଗ । ପରିବାରକୁ ସହାୟତା ଦେବା ଲାଗି ୪ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ଅରିନ୍ଦମଙ୍କ ପାଇଁ ୪ ଲକ୍ଷର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅରିନ୍ଦମଙ୍କ ପାଇଁ ୪ ଲକ୍ଷର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

By

Published : Sep 25, 2021, 2:05 PM IST

ଭୁବନେଶ୍ବର: ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଜର୍ଣ୍ଣାଲିଷ୍ଟ ୱେଲଫେୟାର ଫଣ୍ଡରୁ ଏହି ସହାୟତା ରାଶି ଘୋଷଣା କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କର ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ।

ଏହା ବି ପଢନ୍ତୁ: ଅପରେସନ ଗଜରାଜ: ମହାନଦୀରେ ଅଘଟଣ, ଚାଲିଗଲା ସାହସୀ ସାମ୍ବାଦିକଙ୍କ ଜୀବନ

ଗତକାଲି ମୁଣ୍ଡଳିରେ ଫସିଥିବା ହାତୀକୁ ଉଦ୍ଧାର କରିବା ସମୟରେ ଘଟିଥିଲା ଅଘଟଣ । ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ୍ ବୋଟଟି ହଠାତ ଓଲଟି ପଡିଥିଲା । ଆଉ ଏହି ବୋଟରେ ଓଡ୍ରାଫ କର୍ମଚାରୀଙ୍କ ସହିତ ଥିଲେ ଓଟିଭିର ଦୁଇ ଗଣମାଧ୍ୟମ ପ୍ରତିନିଧି ଚିଫ ରିପୋର୍ଟର ଅରିନ୍ଦମ ଦାସ ଓ କ୍ୟାମେରା ପର୍ସନ ପ୍ରଭାତ ସିହ୍ନା । ବୋଟ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଭାସି ଯାଇଥିଲେ ସମସ୍ତେ । ଦୁର୍ଭାଗ୍ୟବଶତଃ ଅରିନ୍ଦମଙ୍କ ଅକାଳ ବିୟୋଗ ହୋଇଥିଲା ।

ଏହା ବି ପଢନ୍ତୁ: କାନ୍ଦବୋବାଳିରେ ଫାଟୁଛି ରାଇକଳା, ଗାଁ ମାଟିରୁ ଅଲବିଦା କହିଲା ଅରିନ୍ଦମ

ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ଅରିନ୍ଦମ । ବଞ୍ଚିବା ପାଇଁ କରୁଥିଲେ ଆପ୍ରାଣ ପଣେ ଚେଷ୍ଟା । କିନ୍ତୁ ହୋଇଥିଲେ ବିଫଳ । ମୃତ୍ୟୁର କରାଳ କାୟ ତାଙ୍କୁ ଗ୍ରାସ କରିଥିଲା । ଶେଷରେ ଖବର ଲୋକଙ୍କ ନିକଟକୁ ପଠାଉଥିବା ଏହି ନିର୍ଭୀକ ସାମ୍ବାଦିକ ନିଜେ ପାଲଟିଯାଇଥିଲେ ଖବର । ଏହି ସମୟର ଦୃଶ୍ୟ ଥିଲା ଖୁବ ବିଦାରକ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details