ଓଡିଶା

odisha

ETV Bharat / city

ୱାର୍ଲଡ ହାବିଟାଟ ଆୱାର୍ଡକୁ ଜନସାଧାରଣଙ୍କୁ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ - cm naveen pattnaik

ଆନ୍ତର୍ଜାତୀୟ କ୍ଷେତ୍ରରେ ଓଡିଶାକୁ ବସ୍ତି ଅଞ୍ଚଳର ଉନ୍ନତି ଓ ସଶକ୍ତିକରଣ ପାଇଁ ମିଳିଥିବା ୱାର୍ଲଡ ହାବିଟାଟ ଆୱାର୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ ପରିସରରେ ଏହି ଉପଲକ୍ଷେ ଆୟୋଜିତ ହୋଇଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏଥିପାଇଁ ଉଦ୍ୟମ କରୁଥିବା ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

cm naveen pattnaik
ୱାର୍ଲଡ ହାବିଟାଟ ଆୱାର୍ଡକୁ ଜନସାଧାରଣଙ୍କୁ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ

By

Published : Dec 10, 2019, 9:51 PM IST

ଭୁବନେଶ୍ବର: ଆନ୍ତର୍ଜାତୀୟ କ୍ଷେତ୍ରରେ ଓଡିଶାକୁ ବସ୍ତି ଅଞ୍ଚଳର ଉନ୍ନତି ଓ ସଶକ୍ତିକରଣ ପାଇଁ ମିଳିଥିବା ୱାର୍ଲଡ ହାବିଟାଟ ଆୱାର୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ ପରିସରରେ ଏହି ଉପଲକ୍ଷେ ଆୟୋଜିତ ହୋଇଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏଥିପାଇଁ ଉଦ୍ୟମ କରୁଥିବା ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସେ।

ଏହାସହ ଓଡିଶା, ବସ୍ତି ଅଞ୍ଚଳ ପରିଚାଳନା କ୍ଷେତ୍ରରେ ଯେଉଁ ମାଇଲ ଖୁଣ୍ଟ ହାସଲ କରିଛି ଏବଂ ଯାହାକୁ ସାରା ବିଶ୍ବରେ ଅନୁକରଣ କରାଯାଉଛି ତାହାକୁ ଆହୁରି କିପରି ଭଲ କରିହେବ ସେନେଇ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟାଟା ଟ୍ରଷ୍ଟର ମୁଖ୍ୟ ରତନ ଟାଟାଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇବା ସହିତ ତାଙ୍କର ସହଯୋଗ ଆଗାମୀ ଦିନରେ ଓଡିଶାର ବସ୍ତିଅଞ୍ଚଳର ଲୋକଙ୍କୁ ଜାଗା ପ୍ରଦାନ କ୍ଷେତ୍ରରେ ସହାୟକ ହେବ ବୋଲି କହିଛନ୍ତି।

ୱାର୍ଲଡ ହାବିଟାଟ ଆୱାର୍ଡକୁ ଜନସାଧାରଣଙ୍କୁ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ

ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ନଗର ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ଏହି ସମ୍ମାନ ବସ୍ତିବାସିନ୍ଦା ଲୋକଙ୍କ ପାଇଁ ଆହୁରି କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details