ଓଡିଶା

odisha

ରାଜ୍ୟସଭାର ନବନିର୍ବାଚିତ ଉପାଧ୍ୟକ୍ଷ ହରିବଂଶଙ୍କୁ ନବୀନଙ୍କ ଶୁଭେଚ୍ଛା

ଦ୍ବିତୀୟ ଥର ପାଇଁ ରାଜ୍ୟସଭାର ଉପାଧ୍ୟକ୍ଷ ହୋଇଛନ୍ତି ହରିବଂଶ । ତେବେ ସିଂହଙ୍କ ବିଜୟକୁ ନେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

By

Published : Sep 14, 2020, 8:13 PM IST

Published : Sep 14, 2020, 8:13 PM IST

ରାଜ୍ୟସଭାର ନବନିର୍ବାଚିତ ଉପାଧ୍ୟକ୍ଷ ହରିବଂଶଙ୍କୁ ନବୀନଙ୍କ ଶୁଭେଚ୍ଛା
ରାଜ୍ୟସଭାର ନବନିର୍ବାଚିତ ଉପାଧ୍ୟକ୍ଷ ହରିବଂଶଙ୍କୁ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ବର: ବିରୋଧୀଙ୍କୁ ମାତ ଦେଇ ରାଜ୍ୟସଭା ଉପାଧ୍ୟକ୍ଷ ପଦରେ ବିଜୟ ହାସଲ କରିଛନ୍ତି କେନ୍ଦ୍ରରେ କ୍ଷମତାସୀନ ଏନଡିଏ ପ୍ରାର୍ଥୀ ରହିବଂଶ ନାରାୟଣ ସିଂହ । ଦ୍ବିତୀୟ ଥର ପାଇଁ ରାଜ୍ୟସଭାର ଉପାଧ୍ୟକ୍ଷ ହୋଇଛନ୍ତି ହରିବଂଶ । ତେବେ ସିଂହଙ୍କ ବିଜୟକୁ ନେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି ଯେ ରାଜ୍ୟସଭାର ଉପାଧ୍ୟକ୍ଷ ଭାବରେ ପୁନଃ ନିର୍ବାଚିତ ହୋଇଥିବାରୁ ହରିବଂଶ ନାରାୟଣ ସିଂଙ୍କୁ ଅଭିନନ୍ଦନ । ଆପଣଙ୍କ ନେତୃତ୍ବରେ, ମୌସୁମୀ ଅଧିବେଶନ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସମ୍ବିଧାନର ନୀତି ଆଦର୍ଶକୁ ରକ୍ଷା କରି ଚାଲିବ ।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଥିଲା ବିଜେଡି । ଏନଡିଏରୁ ପ୍ରାର୍ଥୀ ହୋଇଥିବା ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ଦଳ ସମର୍ଥନ କରିବ ବୋଲି ବିଜେଡି ପକ୍ଷରୁ ସଷ୍ଟ କରାଯାଇଥିଲା । ସୋମବାର ସକାଳୁ ଆଉ ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଫୋନ ଯୋଗେ କଥା ହେବା ପରେ ଏପରି ନିଷ୍ପତ୍ତି ନେଇଥିଲେ ବିଜେଡି ସୁପ୍ରିମୋ ।

ABOUT THE AUTHOR

...view details