ଭୁବନେଶ୍ବର: ମନ କଥା କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ଲିଟେରାରି ଫେଷ୍ଟିଭାଲରେ ଯୋଗ ଦେଇ ପ୍ରଭୁ ଚାୱଲାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନିଜ ମନର କଥା କହିଛନ୍ତି ନବୀନ । ‘ଦାରିଦ୍ର୍ୟ ମୋ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ । ଦାରିଦ୍ର୍ୟ ଦୂରୀକରଣ ଓ ଓଡ଼ିଶାର ବିକାଶ ପ୍ରଥମ ଲକ୍ଷ୍ୟ’ ।
ନବୀନଙ୍କ ପରେ ତାଙ୍କ ଉତ୍ତରଧିକାରୀ କିଏ ହେବ ତାକୁ ନେଇ ଲାଗି ରହିଛି କଳ୍ପନାଜଳ୍ପନା । ପୁର୍ନଃବାର ଉତ୍ତରାଧିକାରୀ ରାଜ୍ୟବାସୀ ବାଛିବେ ବୋଲି ନବୀନ କହିଛନ୍ତି । ଏହାସହ ରାଜନୀତିରୁ ଅବସର ନେବା ପରେ ବହି ଲେଖା ଉପରେ ଚିନ୍ତା କରିବେ ବୋଲି କହିଛନ୍ତି ସେ । ରାଜନୀତିକୁ ଆସିବା ପୂର୍ବରୁ ନବୀନ 3ଟି ବହି ଲେଖିସାରିଛନ୍ତି । ସେହିପରି ବ୍ୟାସକବି ଫକୀର ମୋହନ ମୋର ପ୍ରିୟ ଲେଖକ । କାରଣ ଫକୀରଙ୍କ ଲେଖା ମହିଳାଙ୍କ ଶିକ୍ଷା ଉପରେ ଗୁରୁତ୍ବ ଦେଉଥିଲା । କବି ସାରଳା ଦାସ, ପ୍ରତିଭା ରାୟ ଓ ଫକୀର ମୋହନ ଓଡିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି । ‘ଗାର୍ଡ ଅଫ ଅନର’ ଇଂରେଜ ସରକାରଙ୍କର ପ୍ରଥା ଥିଲା, ତାହା ମୁଁ ହଟାଇଲି ବୋଲି ନବୀନ କହିଛନ୍ତି ।