ଭୁବନେଶ୍ବର: ହକିର ଏନ୍ତୁଡିଶାଳ ରାଉରକେଲାକୁ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି । ଦୀର୍ଘଦିନର ଅପେକ୍ଷାର ଅନ୍ତଘଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି । ରାଉରକେଲାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଏହି ଷ୍ଟାଡିୟମ ହେବ । 15 ଏକର ପରିବ୍ୟାପ୍ତ ଜମିରେ ଷ୍ଟାଡିୟମ ନିର୍ମାଣ କରାଯିବ । ଏଥିରେ 20 ହଜାର ଲୋକଙ୍କ ବସିବା କ୍ଷମତା ରହିବ ବୋଲି ଜଣାପଡିଛି ।