ଭୁବନେଶ୍ବର: ଆଜି ସାରା ଦେଶ ପାଳୁଛି ରାକ୍ଷୀ ପୂର୍ଣ୍ଣିମା । ରାକ୍ଷୀ ପୂର୍ଣ୍ଣିମାକୁ ଗହ୍ମା ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଭାଇ-ଭଉଣୀର ବନ୍ଧନକୁ ମଜବୁତ ରଖିବାକୁ ସ୍ନେହର ଏକ ଡୋରି ବାନ୍ଧିଥାଏ ଭଉଣୀ । ଭାଇ ମଧ୍ୟ ଭଉଣୀର ଏକ ସୂତା ଖଣ୍ଡକ ପାଇଁ ଜୀବନ ଥିବା ପର୍ଯ୍ୟନ୍ତ ଭଉଣୀର ସୁରକ୍ଷାର ପଣ କରିଥାଏ । ଏହି ପବିତ୍ର ଉତ୍ସବରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଆଜି ପବିତ୍ର ରକ୍ଷା ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା । ଏହି ଅବସରରେ ମହାପ୍ରଭୁ ଜଗନ୍ନାଥଙ୍କ ଠାରେ ଭାଇ-ଭଉଣୀର ଏହି ପବିତ୍ର ବନ୍ଧନକୁ ଆହୁରି ନିବିଡ କରିବାକୁ ପ୍ରାର୍ଥନା କଲେ ନବୀନ । ଅଧିକ ପଢନ୍ତୁ...
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ପବିତ୍ର ଗହ୍ମା ବା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ଦେଇ ଏହି ପବିତ୍ର ବନ୍ଧନ ଆହୁରି ନିବିଡ଼ ହେଉ। ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣିମାରେ ପାଳନ କରାଯାଇଥାଏ । ଏହି ସମ୍ପର୍କ ଡୋରି ମଣିଷ ମଧ୍ୟରେ ସୀମିତ ହୋଇରହିନାହିଁ । ଆମ ପ୍ରଭୁ ଜଗନ୍ନାଥ ମଧ୍ୟ ଗେହ୍ଲି ଭଉଣୀ ସୁଭଦ୍ରାଙ୍କ ହାତରୁ ରାକ୍ଷୀ ବାନ୍ଧିଥାନ୍ତି । ଏଥିସହ ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ । ଶ୍ରୀକୃଷ୍ଣଙ୍କ ଜ୍ୟେଷ୍ଠ ଭ୍ରାତା ବଳରାମ ଜଗନ୍ନାଥ ସଂସ୍କୃତିରେ ଜଗନ୍ନାଥଙ୍କ ବଡ଼ଭାଇ ବଳଭଦ୍ର ରୂପେ ପରିଚିତ ।
ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହି ଦିନ ଗୋମାତାଙ୍କୁ ପୂଜା କରାଯାଏ । ସେମାନଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଘରେ ରାକ୍ଷୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି ।