ଭୁବନେଶ୍ବର: ରାଜ୍ୟ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା 'ନୂତନ ଓଡ଼ିଶା ସଶକ୍ତ ଓଡିଶା' ବଜେଟ ବୋଲି କହିଛନ୍ତି ନବୀନ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂତନ ଓଡ଼ିଶା ସଶକ୍ତ ଓଡ଼ିଶା ଆଡକୁ ଆମର ଯାତ୍ରା । ଏହା ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନରେ ସହାୟକ ହେବ । ମହାମାରୀ କୋରୋନା ସ୍ଥିତିରେ ଏହା ଏକ ଉତ୍ତମ ବଜେଟ । ବଜେଟ ନେଇ ନିଜ ଟିମ୍କୁ ଧନ୍ୟବାଦ ଦେଇଛନ୍ତି ନବୀନ । ଏହା ବିକାଶଶୀଳ ଓ ପରିବର୍ତ୍ତନଶୀଳ ବଜେଟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।