ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସରେ ପର୍ଯ୍ୟଟନସ୍ଥଳୀର ବିକାଶ । ମନ୍ଦିର ପରେ ଏବେ ଅଭୟାରଣ୍ୟ ଚିନ୍ତା । ରାଜ୍ୟର ପ୍ରମୁଖ ମନ୍ଦିରର ସର୍ବାଙ୍ଗୀନ ବିକାଶ ପାଇଁ ସ୍ପେଶାଲ ପ୍ୟାକେଜ୍ ଘୋଷଣା ପରେ, ଅଭୟାରଣ୍ୟର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ରୋଡ ମ୍ୟାପ୍ ପ୍ରସ୍ତୁତ । 5ଟି ସଚିବ ଭିକେ ପାଣ୍ଡିୟାନଙ୍କ ଅଚାନକ ଭିତରକନିକା ଗସ୍ତ ଏହାର ସମ୍ୟକ ସୂଚନା ଦେଉଛି । ଭିତରକନିକାରେ କୁମ୍ଭୀରଙ୍କ ସମ୍ଭାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଭିତରକନିକା ମହୋତ୍ସବ ମାଧ୍ୟମରେ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟ ବୃଦ୍ଧି ସହିତ ପର୍ଯ୍ୟଟକଙ୍କୁ ସମସ୍ତ ସୁବିଧା ଦେବା ପାଇଁ ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ଦେଇଛନ୍ତି ପାଣ୍ଡିଆନ।
ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ପର୍ଯ୍ୟଟନସ୍ଥଳୀର ବିକାଶ - development of tourism place
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସରେ ପର୍ଯ୍ୟଟନସ୍ଥଳୀର ବିକାଶ । ମନ୍ଦିର ପରେ ଏବେ ଅଭୟାରଣ୍ୟ ଚିନ୍ତା । ରାଜ୍ୟର ପ୍ରମୁଖ ମନ୍ଦିରର ସର୍ବାଙ୍ଗୀନ ବିକାଶ ପାଇଁ ସ୍ପେଶାଲ ପ୍ୟାକେଜ୍ ଘୋଷଣା ପରେ, ଅଭୟାରଣ୍ୟର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ରୋଡ ମ୍ୟାପ୍ ପ୍ରସ୍ତୁତ ।
ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ପର୍ଯ୍ୟଟନସ୍ଥଳୀ ବିକାଶ
ପ୍ରଥମେ ଶ୍ରୀମନ୍ଦିର, ପରେ ଲିଙ୍ଗରାଜ ମନ୍ଦିର, ସମଲେଶ୍ବରୀ ମନ୍ଦିର, ତାରାତାରେଣୀ ମନ୍ଦିର ପାଇଁ ରାଜ୍ୟସରକାର ବଡ ବଡ ପ୍ୟାକେଜ ଘୋଷଣା କରିଛନ୍ତି । ଏହିସବୁ ମନ୍ଦିରରେ ଉନ୍ନତିକରଣ ସହ ଏହାର ଚତୁଃପାର୍ଶ୍ବର ବିକାଶ ପାଇଁ ବ୍ଲୁ-ପ୍ରିଣ୍ଟ ତୟାର । ଏସବୁ ସ୍ଥାନ ଭିତରୁ ସମଲେଶ୍ବରୀ ମନ୍ଦିର ଓ ତାରାତାରେଣୀ ମନ୍ଦିରକୁ ପ୍ରଥମେ 5ଟି ସଚିବଙ୍କ ଗସ୍ତ ପରେ ପ୍ୟାକେଜ ଘୋଷଣା ହୋଇଥିବାରୁ ଭିତରକନିକା ପାଇଁ ବି ସରକାର ନିକଟରେ କିଛି ପ୍ୟାକେଜ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 11, 2020, 8:11 PM IST