ଭୁବନେଶ୍ବର: ନୂଆବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି । ଏହାର ନାମ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ରଖିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
12:39 January 01
ପୁରୀରେ ବିମାନବନ୍ଦର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ପୁରୀର ଜଗନ୍ନାଥ ଧାମ ଚାରି ଧାମ ମଧ୍ୟରୁ ଗୋଟିଏ ଧାମ । ବିଶ୍ବର ସବୁ ଜାଗାରୁ ହିନ୍ଦୁ ମାନେ ଏଠାକୁ ଛୁଟି ଆସିଥାନ୍ତି । ସେହିପରି କୋଣାର୍କର ସୂର୍ଯ୍ୟ ମନ୍ଦିର ଏଠାରୁ ମାତ୍ର 35 କିଲୋମିଟର ଦୂର । ଆଉ ଏହାରି ମଧ୍ୟରେ ରାମଚଣ୍ଡୀ-ଚନ୍ଦ୍ରଭାଗା ସମୁଦ୍ରକୂଳ ମଧ୍ୟ ପଡିଥାଏ । ଯାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ତେଣୁ ଏଠାରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।
ସେହିପରି ପାରାଦ୍ବୀପକୁ ଯୋଗକରୁଥିବା କୋଷ୍ଟାଲ ହାଇୱେ ମଧ୍ୟ ଏହି ପଟେ ଯିବ । ଅନ୍ୟପଟେ ରଥଯାତ୍ରା ସମୟରେ ଅନେକ ଶ୍ରଦ୍ଧାଳୁଙ୍କର ଏଠାରେ ଭିଡ ଜମିଥାଏ । ରଥଯାତ୍ରା ପ୍ରାୟ ବିଶ୍ବର 192ଟି ଦେଶରେ ଅନୁଷ୍ଠିତ ହୋଇଥାଏ । ଯାହାକୁ ଦୃଷ୍ଟିରେ ରଖି ବିମାନବନ୍ଦର କରିବାକୁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ