ଓଡିଶା

odisha

ETV Bharat / city

ମାଗଣା ବୁଷ୍ଟର ଡୋଜ୍ ନିଷ୍ପତ୍ତିକୁ ନବୀନଙ୍କ ସ୍ୱାଗତ - ମାଗଣା ବୁଷ୍ଟର ଡୋଜ

ନାଗରିକଙ୍କୁ ମାଗଣା ବୁଷ୍ଟର ଡୋଜ ଦିଆଯିବା ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ମାଗଣା ବୁଷ୍ଟର ଡୋଜ୍ ନିଷ୍ପତ୍ତିକୁ ନବୀନଙ୍କ ସ୍ବାଗତ
ମାଗଣା ବୁଷ୍ଟର ଡୋଜ୍ ନିଷ୍ପତ୍ତିକୁ ନବୀନଙ୍କ ସ୍ବାଗତ

By

Published : Jul 13, 2022, 7:00 PM IST

ଭୁବନେଶ୍ବର: ଜୁଲାଇ ୧୫ ତାରିଖରୁ ଦେଶର ସମସ୍ତ ୧୮-୫୯ ବର୍ଷ ବୟସର ଲୋକଙ୍କୁ ମାଗଣାରେ କୋଭିଡ ଟିକାର ବୁଷ୍ଟର ଡୋଜ ମିଳିବ । ସବୁ ସରକାରୀ ଟୀକାକରଣ କେନ୍ଦ୍ରରେ ବୁଷ୍ଟର ଡୋଜ ମାଗଣାରେ ଦିଆଯିବ ବୋଲି ଆଜି (ବୁଧବାର) କେନ୍ଦ୍ର ସରକାର ଘୋଷଣା କରିଛନ୍ତି । କେନ୍ଦ୍ରର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି, "ମାଗଣା ବୁଷ୍ଟର ଡୋଜ ଦିଆଯିବାର ଏହି ନିଷ୍ପତ୍ତି ସ୍ବାଗତଯୋଗ୍ୟ । ଏଥିପାଇଁ ସେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଆଗେଇ ଆସି ବୁଷ୍ଟର ଡୋଜ ନେବାକୁ ଆହ୍ବାନ କରିଛନ୍ତି ।"

ଆଜି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇ କହିଛନ୍ତି, ଜୁଲାଇ 15 ରୁ ପରବର୍ତ୍ତୀ 75 ଦିନ ପର୍ଯ୍ୟନ୍ତ ଦେଶର ସମସ୍ତ 18ରୁ 59 ବୟସ ବର୍ଗର ନାଗରିକଙ୍କୁ ସରକାର ମାଗଣାରେ ମହାମାରୀ କୋରୋନାର ମୁକାବିଲା ପାଇଁ ବୁଷ୍ଟର ଡୋଜ ଦେବେ । ଏହି ବୁଷ୍ଟର ଡୋଜ ଦେଶର ସମସ୍ତ ସରକାରୀ ହସ୍ପିଟାଲ ଗୁଡିକରେ ମିଳିବ । ଏହି ଅଢେଇ ମାସ ମଧ୍ୟରେ ନାଗରିକମାନେ ନିଜ ନିଜ ବୁଷ୍ଟର ଡୋଜ ନେବାକୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ।

ABOUT THE AUTHOR

...view details