ଓଡିଶା

odisha

ETV Bharat / city

Make In Odisha: ମୁମ୍ବାଇରେ ରୋଡ଼ ସୋ କରିବେ ମୁଖ୍ୟମନ୍ତ୍ରୀ - ମେକ ଇନ ଓଡ଼ିଶାକୁ ନେଇ ମୁମ୍ବାଇରେ ରୋଡ଼ ସୋ

ସେପ୍ଟେମ୍ବର ୧୪ରେ ମୁମ୍ବାଇରେ ରୋଡ଼ ସୋ କରିବେ ମୁଖ୍ୟମନ୍ତ୍ରୀ । ମେକ୍‌ ଇନ ଓଡ଼ିଶାର (Make In Odisha) ତୃତୀୟ ସଂସ୍କରଣକୁ ସଫଳ କରିବା ପାଇଁ ଶିଳ୍ପପତିମାନଙ୍କ ସହିତ ଆଲୋଚନା କରିବେ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଶଶୀଭୂଷଣ ବେହେରା । ଅଧିକ ପଢ଼ନ୍ତୁ

cm naveen patnaik to hold a roadshow in mumbai regarding make in odisha
Make In Odisha: ମୁମ୍ବାଇରେ ରୋଡ଼ ସୋ କରିବେ ମୁଖ୍ୟମନ୍ତ୍ରୀ

By

Published : Sep 10, 2022, 7:48 PM IST

ଭୁବନେଶ୍ବର: ଚଳିତ ମାସ ୧୪ ତାରିଖରେ(ସେପ୍ଟେମ୍ବର ୧୪) ମୁମ୍ବାଇରେ ରୋଡ଼ ସୋ କରିବେ ମୁଖ୍ୟମନ୍ତ୍ରୀ(CM Naveen Patnaik to hold a roadshow in Mumbai) । ଆଜି ଶିଳ୍ପ ବିଭାଗର ଅଧିକାରୀମାନେ ମୁମ୍ବାଇ ଯାଇଛନ୍ତି । ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇ ଯିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ମେକ ଇନ୍‌ ଓଡ଼ିଶାର (Make In Odisha) ତୃତୀୟ ସଂସ୍କରଣକୁ ସଫଳ କରିବା ପାଇଁ ଶିଳ୍ପପତି ମାନଙ୍କ ସହିତ ଆଲୋଚନା କରିବେ । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଶଶୀଭୂଷଣ ବେହେରା ।

Make In Odisha: ମୁମ୍ବାଇରେ ରୋଡ଼ ସୋ କରିବେ ମୁଖ୍ୟମନ୍ତ୍ରୀ

ମେକ ଇନ ଓଡ଼ିଶାର (Make In Odisha) ତୃତୀୟ ସଂସ୍କରଣକୁ ସଫଳ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ କଣ କ'ଣ ସୁଯୋଗ ରହିଛି ସେ ବାବଦରେ ଶିଳ୍ପପତିଙ୍କୁ ଅବଗତ କରାଉଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତ ବର୍ଷ ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ଯାଏଁ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତା ୧୪ ତାରିଖରେ ମୁମ୍ବାଇରେ ମେକ ଇନ୍‌ ଓଡ଼ିଶାକୁ ନେଇ ଏକ ରୋଡ଼ ସୋ ଆୟୋଜନ କରିଛନ୍ତି ରାଜ୍ୟ ସରକାର । ଏନେଇ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ମୁମ୍ବାଇ ଗସ୍ତରେ ଯାଇଛନ୍ତି । ରୋଡ଼ ସୋ ପ୍ରସ୍ତୁତିର ସମୀକ୍ଷା ସହ ତଦାରଖ କରିବେ । ଆସନ୍ତା ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ମୁମ୍ବାଇ ଗସ୍ତରେ ଯାଇ ଶିଳ୍ପପତି ମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ସମ୍ମିଳନୀରେ ୩୦ ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ଦୁବାଇରେ ମଧ୍ୟ ଶିଳ୍ପପତି ମାନଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନା ବେଶ ଉତ୍ସାହଜନକ ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ପରବର୍ତ୍ତୀ ସମୟରେ ବାଙ୍ଗାଲୋର, ଚେନ୍ନାଇ, କୋଲକାତା ଆଦି ସ୍ଥାନରେ ଓଡିଶା ଇନଭେଷ୍ଟର ମିଟ୍‌ ହେବ ଜଣାପଡିଛି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଶଶୀଭୂଷଣ ବେହେରା ।

ସେ କହିଛନ୍ତି ଯେ, "ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବିଗତ ବର୍ଷ ମାନଙ୍କରେ ଦେଶ ଓ ଦେଶ ବାହାରେ ରୋଡ଼ ସୋ କରାଯାଇଛି । ଶିଳ୍ପପତି ମାନଙ୍କ ସହିତ ଆଲୋଚନା କରାଯାଇଛି । ଓଡିଶା ସମ୍ପର୍କରେ ତଥ୍ୟ ରଖା ଯାଉଛି । ସେମାନେ ଆକୃଷ୍ଟ ହୋଇ ପୁଞ୍ଜିନିବେଶ କରୁଛନ୍ତି । ଓଡ଼ିଶାରେ ଶିଳ୍ପ ଅନୁକୂଳ ବାତାବରଣ ରହିଛି । ସେମାନେ ଏଥିରେ ଆକୃଷ୍ଟ ହେଉଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details