ଓଡିଶା

odisha

ETV Bharat / city

‘ଆଗ ସମସ୍ୟା ସମାଧାନ କର, ପରେ ଫୋନ କରିବ’ - କଂଗ୍ରେସ ନେତା ଶରତ ରାଉତ

ଫୋନ କରିବି ସବୁ ସମସ୍ୟା ବୁଝିବି । ସମସ୍ତେ ପାଇବେ ସରକାରଙ୍କ ଯୋଜନାର ସଫଳତା । ରାଜ୍ୟରେ ଚାଲିବ ‘ମୋ ସରକାର’ । ଏପଟେ ନବୀନଙ୍କ ଏହି ପ୍ରତିଶ୍ରୁତିକୁ ଟାର୍ଗେଟ କରିଛନ୍ତି ବିରୋଧୀ ।

ଫାଇଲ ଫଟୋ

By

Published : Aug 15, 2019, 8:11 PM IST

ଭୁବନେଶ୍ବର: ପ୍ରିୟ ରାଜ୍ୟବାସୀ... ଆସନ୍ତା ଅକ୍ଟୋବର 2ରୁ ରାଜ୍ୟରେ ‘ମୋ ସରକାର’ କାମ କରିବ । ଆପଣ ମାନଙ୍କ ସୁଖ ଦୁଃଖରେ ମୁଁ ନିଜେ ସାମିଲ ହେବି । ଆପଣ ଡାକ୍ତରଖାନାକୁ ଗଲେ ଠିକରେ ଚିକିତ୍ସା ପାଉଛନ୍ତିକି ନାହିଁ , ଥାନାରେ ଆପଣଙ୍କୁ ପୋଲିସ ସାହାଯ୍ୟ କରୁଛି କି ନାହିଁ ତାହା ନିଜେ ମୁଁ ଫୋନ କରି ଆପଣଙ୍କଠାରୁ ବୁଝିବି । ଖାଲି ଏତିକି ନୁହେଁ ବିଜୁଳି ସମସ୍ୟା ନେଇ ଅଭିଯୋଗ କଲେ 48 ଘଣ୍ଟା (ଦୁଇଦିନ) ମଧ୍ୟରେ ବିଜୁଳି ପହଞ୍ଚାଇ ଦେବି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


73ତମ ସ୍ବାଧୀନତା ଦିବସ ଉପଲକ୍ଷେ ଭୁବନେଶ୍ବରରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଥିଲା ଅଭିଭାଷଣ । ମୁଖ୍ୟମନ୍ତ୍ରୀଙ୍କ ଏହି ବକ୍ତବ୍ୟକୁ ନେଇ ବିରୋଧୀ ପୂରା ଗରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଚଣ୍ଡ ଶବ୍ଦରେ ଆକ୍ରମଣ କରିଛି ବିଜେପି ।

ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ 19ବର୍ଷ ହେଲା ଶାସନ ଗାଦିରେ ଅଛନ୍ତି । ତେବେ 2008ରୁ ମୁଖ୍ୟମନ୍ତ୍ରୀ ନିଜ ଅଭିଯୋଗ ପ୍ରକୋଷ୍ଠକୁ ଯାଇନାହାଁନ୍ତି । ଯେଁଉ ଅଭିଯୋଗ ପ୍ରକଷ୍ଠକୁ ସାରା ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଲୋକ ନିଜ ଅଭିଯୋଗ ନେଇ ଆସୁଛନ୍ତି । କିନ୍ତୁ ସେଠି 11 ବର୍ଷ ହେଲା ମୁଖ୍ୟମନ୍ତ୍ରୀଙ୍କ ପାଦ ପଡିନାହିଁ । ଆଉ ଏବେ କାହାକୁ କଣ କହି ଫୋନ କରିବେ । ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି , ସ୍କୁଲରେ ଶିକ୍ଷକ ନାହାଁନ୍ତି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । କେଉଁଥି ପାଇଁ ଫୋନ କରିବେ ବୋଲି ବିଜେପି ପ୍ରଶ୍ନ ଉଠାଇଛି ।

କଂଗ୍ରେସ ନେତା ଶରତ ରାଉତ ମଧ୍ୟ ତେରେଛା ବାଣ ମାରିଛନ୍ତି ନବୀନଙ୍କୁ । କଟାକ୍ଷ କରି କହିଛନ୍ତି ଖୁସିର କଥା 19 ବର୍ଷ ପରେ ନବୀନ ନିଜେ ଫୋନ କରିବାକୁ ସାହାସ କରିଛନ୍ତି । ଏହା କେବଳ ଘୋଷଣା ମାତ୍ର, ଫୋନ କଲେ ଲୋକଙ୍କର କୌଣସି ସମସ୍ୟା ସମାଧାନ ହେବାର ନାହିଁ ବୋଲି କହିଛି କଂଗ୍ରେସ । ଅନ୍ୟପଟେ ବିରୋଧୀଙ୍କୁ ଜବାବ ଦେଇ ବିଜେଡି କହିଛି ନବୀନ ଯାହା କୁହନ୍ତି ତାହା କରନ୍ତି , ବିରୋଧୀଙ୍କ କାମ ସବୁ କଥାରେ ବିରୋଧ କରିବ। ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details