ଓଡିଶା

odisha

ଟ୍ବିନ ସିଟି କୋରୋନା ସ୍ଥିତି ସମୀକ୍ଷା: କଟକ ପାଇଁ 15 କୋଟିର ପ୍ୟାକେଜ ଘୋଷଣା

By

Published : Jul 21, 2020, 7:52 PM IST

Updated : Jul 21, 2020, 9:18 PM IST

କଟକ ଓ ଖୋର୍ଦ୍ଧାର କୋରୋନା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କଟକ ପାଇଁ 15 କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

CM Naveen patnaik review cuttack and khordha situation
କଟକ ଓ ଖୋର୍ଦ୍ଧା ସ୍ଥିତି ସମୀକ୍ଷା ପରେ 15 କୋଟି ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କଟକ ଓ ଖୋର୍ଦ୍ଧାର କୋରୋନା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କଟକ ପାଇଁ 15 କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । ଭିଡିଓ କନଫରେନ୍ସିଂରେ ଜିଲ୍ଲାର ସ୍ଥିତି ସମୀକ୍ଷା ପରେ କଟକ ପାଇଁ 15 କୋଟି ଘୋଷଣା ହୋଇଥିବା କହିଛନ୍ତି କଟକ ଜିଲ୍ଲାପାଳ ।

କଟକ-ଖୋର୍ଦ୍ଧା ସ୍ଥିତି ସମୀକ୍ଷା: କଟକ ପାଇଁ 15 କୋଟିର ପ୍ୟାକେଜ ଘୋଷଣା

ସେହିପରି କୋଭିଡ ସଂକ୍ରମିତଙ୍କ ଚିକିତ୍ସା ପାଇଁ କଟକ ଜିଲ୍ଲାରେ ଅତିରିକ୍ତ 925 ବେଡ଼ର ବ୍ୟବସ୍ଥା କରାଯିବା ଏବଂ ଏସସିବିରେ କୋଭିଡ ପରିଚାଳନା ଓ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି । ଏଥିସହ କଟକରେ ଆଉ 4ଟି କୋଭିଡ ହସ୍ପିଟାଲ କରିବା ନେଇ ନିଷ୍ପତ୍ତି ହୋଇଛି । ଅଲମ୍ପିକ ଆସୋସିଏସନ କୋଠାରେ କୋଭିଡ ହସ୍ପିଟାଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପୂଜା ଏବଂ ସାହି କମିଟିର ସକ୍ରିୟ ଯୋଗଦାନ ମାଧ୍ୟମରେ ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳ ଉପରେ ବିଶେଷ ଧ୍ୟାନ ଦିଆଯିବ ।

ତେବେ ଏହି ଭିଡ଼ିଓ କନଫରେନ୍ସିଂରେ କଟକ ଜିଲ୍ଲାର ଦୁଇ ମନ୍ତ୍ରୀ ପ୍ରତାପ ଜେନା ଓ ରାଜା ସ୍ବାଇଁଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ ।

ଭୁବନେଶ୍ବରରୁ ତପନ ଦାସ, କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jul 21, 2020, 9:18 PM IST

ABOUT THE AUTHOR

...view details