ଓଡିଶା

odisha

ETV Bharat / city

'ପ୍ରାଚୁର୍ଯ୍ୟ ଇଲାକାରେ ଗୋଟିଏ ମାସ' ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଲୋକସେବା ଭବନରେ 2ଟି ପୁସ୍ତକ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ବ ମୋହନ ପଟ୍ଟନାୟକଙ୍କ ଦ୍ବାରା ରଚିତ ଭ୍ରମଣ ପୁସ୍ତକ 'ପ୍ରାଚୁର୍ଯ୍ୟ ଇଲାକାରେ ଗୋଟିଏ ମାସ'କୁ ଲୋକାର୍ପିତ କରିବା ସହ ଦିଲ୍ଲୀପ ଶ୍ରୀ ଚନ୍ଦନଙ୍କ ପୁସ୍ତକ 'stop global warming from your school'ର ମଧ୍ୟ ଉନ୍ମୋଚନ କରିଛନ୍ତି ।

By

Published : Nov 15, 2019, 7:03 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ବ ମୋହନ ପଟ୍ଟନାୟକଙ୍କ ଦ୍ବାରା ରଚିତ ଭ୍ରମଣ ପୁସ୍ତକ 'ପ୍ରାଚୁର୍ଯ୍ୟର ଇଲାକାରେ ଗୋଟିଏ ମାସ'କୁ ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକ ସ୍କୁଲ କଲେଜରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଦ୍ବାରା ଆଦୃତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ପରିବେଶବିତ୍ ଦିଲ୍ଲୀପ ଶ୍ରୀ ଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ ।

2014 ମସିହାରେ ଏହି ପୁସ୍ତକକୁ ଶ୍ରେଷ୍ଠ ଭ୍ରମଣ ପୁସ୍ତକ ଭାବେ ପୁରସ୍କୃତ କରାଯାଇଥିଲା । ସୂଚନାନୁସାରେ ଏହି ପୁସ୍ତକର 10 ହଜାର କରି ସ୍କୁଲ ମାନଙ୍କରେ ବଣ୍ଟନ କରାଯିବ । ଏହାର ଇଂରାଜୀ କପି A month in land of plentyର ଦୁଇ ହଜାର କପି କଲେଜରେ ବଣ୍ଟନ କରାଯିବ । ସେହିପରି ଦିଲ୍ଲୀପ ଶ୍ରୀ ଚନ୍ଦନଙ୍କ ପୁସ୍ତକ 'stop global warming from your school'ର ମଧ୍ୟ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details