ଓଡିଶା

odisha

ETV Bharat / city

ଖଗେଶ୍ବରଙ୍କ ଘରକୁ ଯିବେ ନବୀନ !

ମୁଖ୍ୟମନ୍ତ୍ରୀଙ୍କ ବଡ ପ୍ରଶଂସକ ଖଗେଶ୍ବର । ଆଉ ବିଜେପୁର ଗସ୍ତ ବେଳେ ନବୀନ ଯିବେ ଖଗେଶ୍ବରଙ୍କ ଘରକୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 23, 2019, 9:01 PM IST

Updated : Sep 23, 2019, 10:02 PM IST

ଭୁବନେଶ୍ବର: ନିର୍ବାଚନର ଢେର ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏମିତି ଜଣେ ପ୍ରଶଂସକଙ୍କ ଆବିର୍ଭାବ ହେଲା ଯାହାଙ୍କୁ ନେଇ ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ବଢିଲା । ଏହି ପ୍ରଶଂସକ ଜଣଙ୍କ ହେଉଛନ୍ତି ଖଗେଶ୍ବର ଦେହୁରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଖଗେଶ୍ବରଙ୍କ ଘର ହେଉଛି ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀର ଭେଡେନ ବ୍ଲକ ଦେହୁରୀ ପାଲିରେ । ଖଗେଶ୍ବର ନିଜ କାମ ଧନ୍ଦା ଛାଡି ରାଜଧାନୀର ରାଜରାସ୍ତାରେ ବିଜେଡିର ଦଳୀୟ ପତାକାରେ ସଜ୍ଜିତ ହୋଇ ଦେହରେ ଶଙ୍ଖ ଚିହ୍ନ ଆଙ୍କିବା ସହ ନବୀନ ସ୍ତୁତି ଗାଇ ବୁଲନ୍ତି । ଏହାସହ ରାଜ୍ୟର ଯେକୌଣସି ସ୍ଥାନକୁ ନବୀନ ଗଲେ ମଧ୍ୟ ଖଗେଶ୍ବର ସେହିସ୍ଥାନରେ ଯାଇ ପହଞ୍ଚି ଯାଆନ୍ତି । ଏପରିକି ନୂଆଦିଲ୍ଲୀ ମଧ୍ୟ ଯାଇଛନ୍ତି ଏହି ପ୍ରଶଂସକ ଜଣଙ୍କ । ନବୀନଙ୍କୁ ନେଇ ଅନେକ ଶ୍ଲୋକ ମଧ୍ୟ ପ୍ରସ୍ତୁତ କରିଛନ୍ତି । ତାଙ୍କର ଏପରି ମାନସିକତାକୁ ଦେଖି କେହି କେହି ତାଙ୍କୁ ପାଗଳ ବୋଲି ମଧ୍ୟ କହିଥାନ୍ତି । ତେବେ ପୂର୍ବରୁ ନବୀନଙ୍କୁ ସାକ୍ଷାତ କରିସାରିଥିବା ଖଗେଶ୍ବରଙ୍କୁ ମିଳିବାକୁ ଯାଉଛି ବଡ ସଫଳତା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କାରଣ ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରଚାରରେ ଯିବେ ନବୀନ । ଆଉ ନବୀନ ଏହି ଗସ୍ତ ସମୟରେ ନିଜ ପ୍ରିୟ ପ୍ରଶଂସକ ଖଗେଶ୍ବରଙ୍କ ଘରକୁ ଯିବେ ବୋଲି ଜଣାପଡିଛି । ନବୀନ ତାଙ୍କ ଘରକୁ ଯିବାକୁ ସମ୍ମତି ଦେବାପରେ ଖଗେଶ୍ବର ଖୁସିବ୍ୟକ୍ତ କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Sep 23, 2019, 10:02 PM IST

ABOUT THE AUTHOR

...view details