ଓଡିଶା

odisha

By

Published : Jul 1, 2022, 8:58 AM IST

Updated : Jul 1, 2022, 9:51 AM IST

ETV Bharat / city

Ratha Yatra 2022: ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଆଜି ପବିତ୍ର ଘୋଷଯାତ୍ରା । ଶ୍ରୀଗୁଣ୍ଡିଚା ଅବସରରେ ରାଜ୍ୟବସୀଙ୍କୁ ଶୁଭେଚ୍ଛା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀ ଲାଲ । ଅଧିକ ପଢନ୍ତୁ

ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ବର: ଆଜି ପବିତ୍ର ଘୋଷଯାତ୍ରା । 2 ବର୍ଷ ପରେ ଭକ୍ତଙ୍କ ଗହଣରେ ହୋଇଛି ରଥଯାତ୍ରା । ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇ ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛୁ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁଖରେ ଆଶୀର୍ବାଦ ପ୍ରାପ୍ତ ହେଉ । ରଥଯାତ୍ରା ଆମ ସଂସ୍କୃତିରେ ଏକ ଗୁରୁତ୍ବବହନ କରିଛି । ମନ କି ବାତରେ ରଥଯାତ୍ରାର ମହତ୍ତ୍ବ ବାଣ୍ଟିଥିବା ଭିଡିଓକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କ ମୋର ଶୁଭେଚ୍ଛା । ଓଡିଶା ତଥା ସାରା ବିଶ୍ବର ବିଭିନ୍ନ ଦେଶରେ ରହୁଥିବା ପ୍ରତିଟି ଓଡିଆବାସୀଙ୍କ ସୁଖ ଓ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ଆର୍ଶୀବାଦ କାମନା କରୁଥିବା ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ । ଦୀର୍ଘ 2 ବର୍ଷ ପରେ ମହାପ୍ରଭୁ ଆଜି ଭକ୍ତମାନଙ୍କ ଗହଣରେ ଗୁଣ୍ଡିଚା ଯାତ୍ରା ଆରମ୍ଭ ହୋଇଛି । ମାସ୍କ ପିନ୍ଧି ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ଭାଗ ନେଇ ମହାବାହୁଙ୍କ ଆର୍ଶୀବାଦ ଲାଭ କରିବାକୁ କହିଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅବସରରେ ବିଶ୍ବର କୋଣ ଅନୁକୋଣରେ ରହୁଥିବା ପ୍ରତିଟି ଓଡିଆ ଓ ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ଶ୍ରୀଜଗନ୍ନାଥ ଚେତନା ଓ ଦର୍ଶନରେ ରହିଛି ମାନବିକତାର ଉତ୍ତରଣ ଓ ଆଧ୍ୟତ୍ମିକ ଅନ୍ବେଷଣର ମାର୍ଗ । ସମାଜରେ ଶାନ୍ତି, ମୈତ୍ରୀ, ପ୍ରେମ ଓ ଭ୍ରାତୃଭାବକ ପ୍ରତିଷ୍ଠାରେ ସହାୟକ ହେଉ ବୋଲି ଟ୍ବିଟ କରି କହିଛନ୍ତି ରାଜ୍ୟପାଳ ।

ପବିତ୍ର ଘୋଷଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେଉଛି ଓଡ଼ିଆଙ୍କ ଭାବାବେଗର ମହାନ ପର୍ବ । ଏହି ଘୋଷଯାତ୍ରାର ଶୁଭ ଅବସରରେ ବଡ଼ ଠାକୁରଙ୍କୁ ମୋର କୋଟି କୋଟି ପ୍ରଣାମ । ଶ୍ରୀଜୀଉଙ୍କର ଶୁଭ ଦୃଷ୍ଟି ସମସ୍ତଙ୍କ ଉପରେ ସଦାସର୍ବଦା ରହିଥାଉ ଏହା ହିଁ କାମନା ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ପବିତ୍ର ଘୋଷଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି । ଆସ୍ଥା ଓ ଭକ୍ତିର ସ୍ୱତନ୍ତ୍ର ସଙ୍ଗମ ଶ୍ରୀଜଗନ୍ନାଥ ରଥଯାତ୍ରାର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା । ମହାପ୍ରଭୁ ଜଗନ୍ନାଥଙ୍କ ପାଖେ ସମସ୍ତଙ୍କ ସୁଖ, ଆରୋଗ୍ୟ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି ଗୃହମନ୍ତ୍ରୀ ।

2 ବର୍ଷ ପରେ ଆଜି ଭକ୍ତଙ୍କ ଗହଣରେ ଘୋଷଯାତ୍ରା ହୋଇଛି । ବିଶ୍ବବାସୀଙ୍କୁ ଦର୍ଶନ ଦେଇଛନ୍ତି ବିଶ୍ବନିୟନ୍ତା । କୋରୋନା କଟକଣା ହଟିଥିବାରୁ ପୁଣି ଶ୍ରୀକ୍ଷେତ୍ର ଅଗଣିତ ଭକ୍ତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ବେଶ ବ୍ୟାକୁଳ ଅଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 1, 2022, 9:51 AM IST

ABOUT THE AUTHOR

...view details