ଓଡିଶା

odisha

By

Published : Oct 15, 2019, 5:30 PM IST

ETV Bharat / city

ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 'ଫନି' ବାତ୍ୟା ଯୋଗୁଁ ରାଜ୍ୟ ଯେଉଁ କ୍ଷତି ସହିଛି ତାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନିଜ ଜନ୍ମଦିନ ପାଳନ କରିବାକୁ ମନା କରିଛନ୍ତି ।

ଫାଇଲ ଫଟୋ

ଭୁବନେଶ୍ବର: ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 'ଫନି' ବାତ୍ୟା ଯୋଗୁଁ ରାଜ୍ୟର ଯେଉଁ କ୍ଷତି ହୋଇଛି ସେଥିପାଇଁ ଜନ୍ମଦିନ ପାଳନ କରିବେ ନାହଁ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।

ପ୍ରେସ ବିଜ୍ଞପ୍ତି

ରାଜ୍ୟବାସୀ ହେଉଛନ୍ତି ମୋର ପରିବାର। ସେମାନଙ୍କ ଭଲ ପାଇବା ମୋତେ ଋଣି କରିଛି ବୋଲି ସେ କହିଛନ୍ତି। ଜନ୍ମଦିନରେ 'ଜୀବନ ବିନ୍ଦୁ' କାର୍ଯ୍ୟକ୍ରମ କରାଯାଉଛି। ସେଥିପାଇଁ ସେ ବହୁତ ଖୁସି ବୋଲି କହିଛନ୍ତି ନବୀନ। ଅକ୍ଟୋବର 16ରେ 73 ବର୍ଷରେ ପାଦ ଥାପିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅନ୍ୟପଟେ 'ଜନ୍ମଦିନରେ ନବୀନ ନିବାସ ନଆସି ଅନାଥାଶ୍ରମ ଓ ଭିନ୍ନକ୍ଷମ ସ୍କୁଲରେ ଅନ୍ତେବାସୀଙ୍କ ସହ ଜନ୍ମଦିନ ପାଳନ କରିବା ପାଇଁ ସେ ନିଜ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି। ସେମାନଙ୍କ ଭଲ ପାଇଁ କିଛି କାମ କରନ୍ତୁ ବୋଲି କହିଛନ୍ତି। ସବୁ ସ୍ମରଣୀୟ ଦିବସ ସେମାନଙ୍କ ସହ ସପରିବାର ଯାଇ ପାଳନ କରିବାକୁ କହିଛନ୍ତି। ପିଲାମାନେ ହେଉଛନ୍ତି ଭବିଷ୍ୟତ। ସେମାନଙ୍କ ଭଲ ପାଇଁ ଆପଣମାନେ ଯାହା କରିବେ ସେଇଟା ମୋତେ ଅଧିକ ଆନନ୍ଦ ଦେବ' ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details