ଓଡିଶା

odisha

By

Published : Feb 3, 2021, 3:49 PM IST

ETV Bharat / city

ଛାଡ ହେଲା ୯ ମାସର ହଷ୍ଟେଲ ଫି, ଉପକୃତ ହେବେ ୩୦ ହଜାର ଛାତ୍ରଛାତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ସରକାରୀ ଆଇଟିଆଇରେ ପଢୁଥିବା ଛାତ୍ରଛାତ୍ରୀଙ୍କ ୯ ମାସର ହଷ୍ଟେଲ ଫି ଛାଡ କରାଯାଇଛି ।

ରାଜ୍ୟ ସରକାରଙ୍କ ବଡ ଘୋଷଣା
ରାଜ୍ୟ ସରକାରଙ୍କ ବଡ ଘୋଷଣା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବଡ ଘୋଷଣା । ଛାଡ ହେଲା ୯ ମାସର ହଷ୍ଟେଲ ଫି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ସରକାରୀ ଆଇଟିଆଇରେ ପଢୁଥିବା ଛାତ୍ରଛାତ୍ରୀଙ୍କ ୯ ମାସର ହଷ୍ଟେଲ ଫି ଛାଡ କରାଯାଇଛି । ଏହାଦ୍ବାରା ସରକାରୀ ଆଇ.ଟି.ଆଇରେ ପଢୁଥିବା ରାଜ୍ୟର ୩୦ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ୨୦୨୦ ଏପ୍ରେଲ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୯ ମାସର ହଷ୍ଟେଲ ଫି' ଛାଡ କରାଯାଇଛି । କୋଭିଡ ଯୋଗୁଁ ଏହି ସମୟରେ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁନଥିଲେ। ଆଇ.ଟି.ଆଇ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ହଷ୍ଟେଲର ଦେୟ ବାବଦରେ ମାସିକ ୧୨୫ ଟଙ୍କା ଦେଇଥାନ୍ତି । ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ୯ ମାସରେ ହଷ୍ଟେଲ ଫି ଦେୟ ବାବଦରେ ୧୧୨୫ ଟଙ୍କା ଛାଡ ପାଇବେ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details