ଓଡିଶା

odisha

By

Published : Jul 16, 2020, 8:58 PM IST

Updated : Jul 16, 2020, 9:29 PM IST

ETV Bharat / city

50 ହଜାର ଟେଷ୍ଟ ପୂରା କଲା ILS, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ଇଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସ (ILS) ରାଜ୍ୟରେ 50 ହଜାର ଟେଷ୍ଟ କରି ସ୍ବାସ୍ଥ୍ୟକ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରିଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଆଇଏଲଏସକୁ ଶୁଭେଚ୍ଛା ଜଣାଇଛନ୍ତି ।

CM NAVEEN
ILSକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ କୋରୋନା ଟେଷ୍ଟିଂ ଗତିକୁ ମଧ୍ୟ ବୃଦ୍ଧି କରାଯାଇଛି । ତେବେ ଏହାରି ମଧ୍ୟରେ ଭୁବନେଶ୍ବରର ଇଷ୍ଟିଚ୍ୟୁଟ୍ ଅଫ ଲାଇଫ ସାଇନ୍ସ(ILS) ରାଜ୍ୟରେ 50 ହଜାର କୋଭିଡ୍ ଟେଷ୍ଟ କରି ସ୍ବାସ୍ଥ୍ୟକ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରିଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଆଇଏଲଏସକୁ ଶୁଭେଚ୍ଛା ଜଣାଇଛନ୍ତି ।

ଭୁବନେଶ୍ବର ILS ରେ ବର୍ତ୍ତମାନ ସୁଦ୍ଧା 50 ହଜାର କୋରୋନା ଟେଷ୍ଟ ଶେଷ କରିଛି । ଏନେଇ ଆଇଏଲଏସର କର୍ମଚାରୀ ଓ ଅଧିକାରୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ଟେଷ୍ଟ ଏପ୍ରିଲ 17ରୁ ILS ରେ ଆରମ୍ଭ ହୋଇଥିଲା । ଆଜି (ଗୁରୁବାର) 50 ହଜାର କୋରୋନା ଟେଷ୍ଟିଂ ଛୁଇଁଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 16, 2020, 9:29 PM IST

ABOUT THE AUTHOR

...view details