ଭୁବନେଶ୍ବର: ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏବେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ତେବେ ଏହା ପୂର୍ବରୁ କାହାର କେତେ ସମ୍ପତ୍ତି ସେନେଇ ତଥ୍ୟ ଆସିଛି ସାମ୍ନାକୁ। ନିର୍ବାଚନ ଆୟୋଗଙ୍କ ନିକଟରେ ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠକୁ ଆଧାର କରି ଓଡ଼ିଶା ଇଲେକ୍ସନ୍ ୱାଚ୍ ଓ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମ(ଏଡିଆର) ପ୍ରାର୍ଥୀଙ୍କ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ଜାରି କରିଛି।
ଭିିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର ତେବେ ଏହି ରିପୋର୍ଟରେ ନବୀନ ଓ ସଙ୍ଗୀତା ସବୁଠାରୁ ଧନୀ ବୋଲି ଉଲ୍ଲେଖ ରହିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ ପାଇଛି ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା । ଏଡିଆର ରିପୋର୍ଟ ଅନୁସାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରାର୍ଥୀଙ୍କ ମଧ୍ୟରେ ନବୀନ ପଟ୍ଟନାୟକ ଓ ସଂଗୀତା ସିଂହଦେଓ ସବୁଠୁ ଧନୀ ପ୍ରାର୍ଥୀ।
ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ନବୀନ ପଟ୍ଟନାୟକ ସବୁଠାରୁ ଧନୀ । ନବୀନଙ୍କ ସମ୍ପତ୍ତି ୬୩ କୋଟିରୁ ଅଧିକ। ସେହିଭଳି ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ବଲାଙ୍ଗୀର ବିଜେପି ପ୍ରାର୍ଥୀ ସଂଗୀତା ସିଂହଦେଓଙ୍କ ସମ୍ପତ୍ତିର ମୂଲ୍ୟ ୩୭ କୋଟିରୁ ଅଧିକ। । ସେହିଭଳି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକାରେ ୨୯ ପ୍ରତିଶତ କୋଟିପତି ।
ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ନବ ଦାସଙ୍କ ସମ୍ପତ୍ତିର ମୂଲ୍ୟ ୩୩ କୋଟି, ଅର୍କେଶ ସିଂହଦେଓ ୧୫ କୋଟି, ବିଜେପିର ପିତାମ୍ବର ଆଚାର୍ଯ୍ୟ ୭ କୋଟି, କନକ ବର୍ଦ୍ଧନ ସିଂହଦେଓ ୩୭ କୋଟି ଓ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ଜୁଏଲ ଓରାମଙ୍କ ସମ୍ପତ୍ତି ୭ କୋଟି, ପ୍ରସନ୍ନ ଆଚାର୍ଯ୍ୟ ୯ କୋଟି, କଳିକେଶ ନାରାୟଣ ସିଂହଦେଓ ୨୦ କୋଟିର ମାଲିକ। ୨୪୨ ପ୍ରାର୍ଥୀଙ୍କ ମଧ୍ୟରୁ ୨୯ ଜଣ ଦଶମ ପାସ, ୪ ଜଣ ପଞ୍ଚମ ପାସ ବି କରିନାହାଁନ୍ତି। ଅନ୍ୟପଟେ ୨୪୨ ପ୍ରାର୍ଥୀଙ୍କ ମଧ୍ୟରୁ ୨୫ ଜଣ ମହିଳା ପ୍ରାର୍ଥୀ ରହିଥିବାବେଳେ ୪୨ ରୁ ୫୦ ବର୍ଷ ବୟସ ଭିତରେ ସବୁଠୁ ଅଧିକା ପ୍ରାର୍ଥୀ ରହିଛନ୍ତି।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ