ଓଡିଶା

odisha

ETV Bharat / city

ଖୋଲିଲା ଟେକ ମହିନ୍ଦ୍ରା ବିପିଓ ସେବା, ଉପକୃତ ହେବେ ଯୁବବର୍ଗ

ସୋମବାର ମୁଖ୍ୟମନ୍ତ୍ରୀ ଫରଚ୍ୟୁନ ଟାୱାରରେ ଖୋଲିଥିବା ଟେକ ମହିନ୍ଦ୍ରା  ବିପିଓ ସେବାର ଶୁଭାରମ୍ଭ କରିଛନ୍ତି।

By

Published : Dec 23, 2019, 5:45 PM IST

tech mahindra bpo
tech mahindra bpo

ଭୁବନେଶ୍ବର: ଟେକ ମହିନ୍ଦ୍ରା ବିପିଓର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋମବାର ମୁଖ୍ୟମନ୍ତ୍ରୀ ଫରଚ୍ୟୁନ ଟାୱାରରେ ଖୋଲିଥିବା ଟେକ ମହିନ୍ଦ୍ରା ବିପିଓ ସେବାର ଶୁଭାରମ୍ଭ କରିଛନ୍ତି।

tech mahindra bpo

ତେବେ ଏହାଦ୍ଵାରା ଅନେକ ଯୁବପିଢ଼ୀଙ୍କୁ ଚାକିରିର ସୁବିଧା ସୁଯୋଗ ମିଳିବ । ବର୍ତ୍ତମାନ ଏଥିରେ 500ଜଣଙ୍କୁ ଚାକିରୀ ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ଆଉ 500 ଜଣ ଚାକିରୀ ପାଇବେ ବୋଲି କହିଛନ୍ତି ଟେକ ମହିନ୍ଦ୍ରା ମ୍ୟାନେଜିଂ ଡାଇରେକ୍ଟଟର । ଏଥିସହ ଏହାଦ୍ବାରା ଦେଶ ବାହାରୁ ଆସୁଥିବା ବିଭିନ୍ନ କଲ ଓ ତାଙ୍କର ସମସ୍ୟାର ସମାଧାନ ଆହୁରି ସହଜ ହେବା ସହ ଲୋକେ ତୁରନ୍ତ ଉପକୃତ ହେବେ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details