ଓଡିଶା

odisha

ETV Bharat / city

ବାତ୍ୟା ବିପନ୍ନଙ୍କ ପାଇଁ rebuild odisha ୱେବସାଇଟ ଉନ୍ମୋଚିତ - affect

ଶନିବାର rebuild.odisha.gov.in ୱେବ ପୋର୍ଟାଲ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ । ଏହି ପୋର୍ଟାଲ ବାତ୍ୟା ପରବର୍ତ୍ତୀ ଥଇଥାନ ପାଣ୍ଠି ସଂଗ୍ରହ କରିବ ।

ଫଟୋ ସୌଜନ୍ୟ- ୱେବପୋର୍ଟାଲ

By

Published : May 11, 2019, 7:38 PM IST

ଭୁବନେଶ୍ବର: ଶନିବାର rebuild.odisha.gov.in ୱେବ ପୋର୍ଟାଲ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ମାଧ୍ୟମରେ କ୍ରାଉଡ ଫଣ୍ଡିଂ କରାଯିବ । ଏହି ପୋର୍ଟାଲ ବାତ୍ୟା ପରବର୍ତ୍ତୀ ଥଇଥାନ ପାଣ୍ଠି ସଂଗ୍ରହ କରିବ । ଏହି ଅର୍ଥକୁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଖର୍ଚ୍ଚ କରାଯିବ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ପୋର୍ଟାଲ ଜରିଆରେ ଯେ କେହି ବି ଅର୍ଥ ଦାନ କରିପାରିବେ । ଏହା ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଯିବ । ଏଥିରେ ପାଣ୍ଠି ପ୍ରଦାନ କରୁଥିବା ଲୋକର ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ରହିବ । ଦାତା ଯେ କୈଣସି ଏକ ନିର୍ଦ୍ଦିଷ୍ଟ ପ୍ରୋଜେକ୍ଟକୁ ମଧ୍ୟ ଦାନ କରିପାରିବେ । ଏହା ସହ ଦାନ କରୁଥିବା ଅର୍ଥ କେଉଁଠି ବିନିଯୋଗ କରାଗଲା ତାହାର ତଥ୍ୟ ମଧ୍ୟ ଜାଣିପାରିବେ । ଏ ନେଇ ମୁଖ୍ୟମନ୍ତ୍ରୀ ନିଜେ ସାହାଯ୍ୟ କରିବାକୁ ଆହ୍ଵାନ ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ନିର୍ମିତ ଏହି ପୋର୍ଟାଲ ଓଡିଶାର ପୁନର୍ଗଠନ ପାଇଁ ପାଣ୍ଠି ସଂଗ୍ରହ ଦିଗରେ ସାହାଯ୍ୟ କରିବ ।

ଭୁବନେଶ୍ବରୁ ତପନ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details