ଭୁବନେଶ୍ବର: ସହକାରୀ ଉପବିଭାଗ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟ ସଚିବାଳୟରେ ସହକାରୀ ଉପବିଭାଗ ଅଧିକାରୀ ବା ASO ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 500 ଶହ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଶୁକ୍ରବାର ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।
ଏହି ଅବସରରେ ସ୍ଥାନୀୟ ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ ହେଉଥିବା ସେମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ 5ଟି ମନ୍ତ୍ରକୁ ଅନୁସରଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର ଟିମ ୱାର୍କ ,ଟେକ୍ନୋଲୋଜି, ଟ୍ରାନ୍ସପେରେନ୍ସି, ଟାଇମ ଲିମିଟ ଓ ଟ୍ରାନ୍ସଫରମେସନକୁ ବ୍ୟବହାର କରି ସମାଜର ନୀଚ ସ୍ତରରେ ଥିବା ଲୋକଙ୍କ ନିକଟରେ ପ୍ରଶାସନକୁ ପହଞ୍ଚାଇବା ପାଇଁ କାର୍ଯ୍ୟ କରିବାକୁ ଉପଦେଶ ଦେଇଛନ୍ତି।
ଏଠାରେ ସୂଚନାଯୋଗ୍ୟ, କି ନବନିର୍ବାଚିତ ସହକାରୀ ଉପବିଭାଗ ଅଧିକାରୀମାନେ ରାଜ୍ୟ ସଚିବାଳୟରେ ବିଭିନ୍ନ ବିଭାଗର କାର୍ଯ୍ୟ ତ୍ବରାନିତ କରିବା ଲାଗି କାର୍ଯ୍ୟ କରିବେ। ନବନିଯୁକ୍ତ 500 ଅଧିକାରୀମାନଙ୍କ ଭିତରୁ 266 ଜଣ ସାଧାରଣ ବର୍ଗର , 87ଜଣ ପଛୁଆବର୍ଗ, 75ଜଣ ଅନୁସୂଚିତ ଜାତି , 62ଜଣ ଅନୁସୂଚିତ ଜନଜାତିର ଅଟନ୍ତି। ଏମାନଙ୍କ ମଧ୍ୟରେ ସମସ୍ତ ବର୍ଗର 166ଜଣ ମହିଳା ଅଛନ୍ତି ।
ଏହି ଉତ୍ସବରେ ସମ୍ମାନିତ ଅତିଥିଭାବେ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ନବନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେହିପରି ଉନ୍ନୟନ କମିଶନର ତଥା ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଡିଜିଟାଲ ଯୁଗରେ ଏବେ ଟେକ୍ନୋଲୋଜିକୁ ପ୍ରାଧାନ୍ୟ ଦିଆଯାଇ ସମସ୍ତ ପ୍ରକାର କାର୍ଯ୍ୟ ଏହା ମାଧ୍ୟମରେ କରାଯିବାକୁ ବ୍ୟବସ୍ଥା କରାଯାଉଥିବା କହିଥିଲେ । ଆଗ ଭଳି ଫାଇଲ ପ୍ରୋସେସିଂ ପାଇଁ ଅଧିକ ସମୟ ନଦେଇ ସମସ୍ତ କାର୍ଯ୍ୟ କମ୍ପ୍ୟୁଟର ସାହାଯ୍ୟରେ କରାଯିବ ବୋଲି କହିଥିଲେ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ସାହୁ, ଇଟିଭି ଭାରତ