ଭୁବନେଶ୍ବର: ଜାତୀୟ ‘ହୋସଲା’ ପ୍ରତିଯୋଗିତାରେ ସଫଳ ହୋଇଥିବା ଓଡିଶା ଦଳକୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପ୍ରତିଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି।
‘ହୋସ୍ଲା’ ହେଉଛି ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କର ସର୍ବଭାରତୀୟ ପ୍ରତିଯୋଗିତା । ଏଥିରେ ଭାଗ ନେଇ ଓଡିଶା ଦଳଗତ ଭାବେ କ୍ରମାଗତ ଦ୍ଵିତୀୟ ଥର ପାଇଁ ଚମ୍ପିଆନ ହୋଇଛି।
ହୋସଲା ଚାମ୍ପିଆନ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ଗତ ପ୍ରତିଯୋଗୀତାରେ ଓଡିଶା 23ଟି ପଦକ ଜିତିଥିବାବେଳେ ଚଳିତ ବର୍ଷ ମୋଟ 30ଟି ପଦକ ଜିତିଛି ଦଳ। ମୁଖ୍ୟମନ୍ତ୍ରୀ ଚାମ୍ପିୟାନ ଦଳକୁ ସମ୍ବର୍ଦ୍ଧନା ପ୍ରଦାନ କରିବା ସହିତ ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି । ଏହାସହ ଭବିଷ୍ୟତରେ ରାଜ୍ୟ ତଥା ଦେଶ ପାଇଁ ଏଭଳି ସୁନାମ ଆଣିବାକୁ କହିଛନ୍ତି।
ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ମହିଳା ଓ ଶିଶୁ ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, 5ଟି ସଚିବ ଭି କେ ପାଣ୍ଡିୟାନ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ