ଭୁବନେଶ୍ବର: ଶୀତକାଳୀନ ଅଧିବେଶନ ପାଇଁ ଶେଷ ହୋଇଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଶୀତ କାଳୀନ ଅଧିବେଶନ ପରିଚଳନାକୁ ନେଇ ହୋଇଛି ଆଲୋଚନା । ବୈଠକରେ ଉପସ୍ଥିତ ଥି୍ଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକ ।
ସର୍ବଦଳୀୟ ବୈଠକ ପରେ ବାଚସ୍ପତି ପ୍ରତିକ୍ରିୟା ଦେଇ କହିଛନ୍ତି, କୋଭିଡ ଗାଇଡ଼ଲାଇନ ଅନୁସାରେ ଏଥର ବିଧାନସଭା ଚାଲିବ। ସାଢ଼େ ଚାରି ଘଣ୍ଟା ହେବ ବିଧାନସଭା । କୋଭିଡ ପରିସ୍ଥିତି ପାଇଁ ତାରକା ପ୍ରଶ୍ନ ବନ୍ଦ ହେବ। 20 ତାରଖରେ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ। କୋଭିଡ ସ୍ଥିତିକୁ ଦେଖି ବିଧାୟକ ମାନଙ୍କର ବସିବା ସ୍ଥାନ ନିରୂପଣ କରାଯାଇଛି। ସେହିପରି ବାଚସ୍ପତି କହିଛନ୍ତି, ବରିଷ୍ଠ ବିଧାୟକ ମାନେ ଚାହିଁଲେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ରହିପାରିବେ ।