ଓଡିଶା

odisha

ଘର ଘର ବୁଲି ବହି ବାଣ୍ଟିଲେ ଶିକ୍ଷକ, ହ୍ବାଟ୍ସଆପ ଗ୍ରୁପରେ ପାଠ ପଢ଼ିବେ ପିଲା

By

Published : Apr 16, 2020, 7:47 PM IST

ଲକଡାଉନ ବେଳେ ଛାତ୍ରଛାତ୍ରୀଙ୍କୁ ହ୍ବାଟ୍ସଆପ ମାଧ୍ୟରେ ପାଠପଢ଼ାଯିବା ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଅଧିକ ପଢ଼ନ୍ତୁ...

classes will be given to student, classes through whatsApp, mass education minister samir dash, ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ହ୍ବାଟ୍ସଆପ ଗ୍ରୁପରେ ପିଲା ପଢ଼ିବେ ପାଠ
ଘର ଘର ବୁଲି ବହି ବାଣ୍ଟିଲେ ଶିକ୍ଷକ, ହ୍ବାଟ୍ସଆପ ଗ୍ରୁପରେ ପାଠ ପଢ଼ିବେ ପିଲା

ଭୁବନେଶ୍ବର: ପିଲାଙ୍କୁ ହ୍ବାଟ୍ସଆପ ଗ୍ରୁପ ମାଧ୍ୟମରେ ପାଠପଢାଯିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। କୋରୋନା କାରଣରୁ ସାରା ଦେଶରେ ଶିକ୍ଷାନୁଷ୍ଠାନ ସବୁ ବନ୍ଦ ରହିଛି । ଯାହା ଫଳରେ ପିଲାମାନଙ୍କ ପାଠପଢ଼ା ବ୍ୟାହତ ହୋଇଛି । ତେବେ ଅନଲାଇନରେ ପାଠ ପଢାଯିବାର ସୁବିଧା ଅନେକ ସ୍ଥାନରେ ଉପଲବ୍ଧ କରାଯାଇଥିବା ବେଳେ ଓଡ଼ିଶାରେ ମଧ୍ୟ ଏବେ ହ୍ବାଟ୍ସଆପ ମାଧ୍ୟମରେ ପିଲାଙ୍କୁ ପାଠ ପଢ଼ାଯିବା ନେଇ ନିଷ୍ପତ୍ତି ହୋଇଛି । ପ୍ରଥମେ ଖୋର୍ଦ୍ଧା ଜିଲ୍ଲାରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି।

ଘର ଘର ବୁଲି ବହି ବାଣ୍ଟିଲେ ଶିକ୍ଷକ, ହ୍ବାଟ୍ସଆପ ଗ୍ରୁପରେ ପାଠ ପଢ଼ିବେ ପିଲା

ଛାତ୍ରଛାତ୍ରୀ ଦେଇଥିବା ଆଧାରକାର୍ଡ ଅନୁସାରେ ଯେଉଁମାନଙ୍କର ଆଣ୍ଡ୍ରଏଡ଼ ମୋବାଇଲ ଅଛି ସେମାନଙ୍କୁ ପ୍ରାଥମିକ ଭାବେ ଏହି ହ୍ବାଟ୍ସଆପ ଗ୍ରୁପରେ ସଂଯୋଗ କରାଯାଇଛି । ଏହି ଗ୍ରୁପ ମାଧ୍ୟମରେ ପାଠ ପଢ଼ାଯିବ। ସମସ୍ତ ଜିଲ୍ଲାରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦ୍ଵିତୀୟ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଏବେ ଘରେ ଘରେ ବଣ୍ଟନ କାର୍ଯ୍ୟ ଆରମ୍ଭ କରାଯାଇଛି ।

ଭୁବନେଶ୍ବରୁ ଜ୍ଞାନଦର୍ଶୀ ସାହୁ, ଇଟଭି ଭାରତ

ABOUT THE AUTHOR

...view details