ଓଡିଶା

odisha

ସିଏଏ, ଏନଆରସି ପ୍ରତ୍ୟାହାର ଦାବିରେ ଧାରଣା ଦେଇଛି ନାଗରିକ ମଞ୍ଚ

By

Published : Jan 5, 2020, 8:52 AM IST

ରାଜ୍ୟରେ  ସିଏଏ, ଏନଆରସି, ଏନପିଆର ଭଳି ନିୟମକୁ ବିରୋଧ କରି ମଧ୍ୟରାତ୍ରରୁ ନାଗରିକ ମଞ୍ଚ ରାଜଧାନୀର ଗାନ୍ଧୀ ମାର୍ଗରେ ପ୍ରତିବାଦ କରିଛି। ଅଧିକ ପଢନ୍ତୁ...

citizen-mancha-protest-against-caa-nrc-at-gandhi-marga-bhubaneswar
ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ରାତି ଅଧରେ ଧାରଣାରେ ବସି ପ୍ରତିବାଦ ଜଣାଇଲେ ନାଗରିକ ମଞ୍ଚ । ରାଜ୍ୟରେ ସିଏଏ, ଏନଆରସି, ଏନପିଆର ଭଳି ନିୟମକୁ ଅନେକ ସଂଗଠନ ନିନ୍ଦା କରୁଥିବାବେଳେ ପୁଣି ରାଜଧାନୀରେ ଏହାର ପ୍ରତିବାଦ ଦେଖିବାକୁ ମିଳିଛି ।

ସିଏଏ, ଏନଆରସି ପ୍ରତ୍ୟାହାର ଦାବିରେ ଧାରଣା ଦେଇଛି ନାଗରିକ ମଞ୍ଚ

ରାଜଧାନୀର ଗାନ୍ଧୀ ମାର୍ଗରେ ନାଗରିକ ମଞ୍ଚ ସିଏଏ, ଏନଆରସି ବିରୋଧ କରି ଧାରଣାରେ ବସିଛି । ଭାରତର ସମ୍ବିଧାନକୁ ଭଙ୍ଗ କରାଯାଉଛି । ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଜାତି ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଲୋକଙ୍କ ମଧ୍ୟରେ ଆମେ ସମସ୍ତେ କେବଳ ଭାରତୀୟ ବୋଲି ମଞ୍ଚ କହିଛି । ଦେଶରେ କେନ୍ଦ୍ର ସରକାର ନୂତନ ଭାବେ ନାଗରିକ ସଂଶୋଧନ ଆଇନ, ଜାତୀୟ ନାଗରିକ ପଞ୍ଜିକରଣ, ଜାତୀୟ ଜନସଂଖ୍ୟା ପଞ୍ଜିକା ଆଇନ ପ୍ରଣୟନ କରି ଲୋକଙ୍କ ମଧ୍ୟ ଭେଦଭାବ ସୃଷ୍ଟି କରୁଛନ୍ତି ବୋଲି ନାଗରିକ ମଞ୍ଚ ପ୍ରତିବାଦ କରିଛି ।

ସରକାର ଦେଶରୁ ଶିକ୍ଷା,ସ୍ବାସ୍ଥ୍ୟ, ବେକାରୀ ହଟିବ, ଦେଶର ଆର୍ଥିକ ସ୍ଥିତି ଭଲ ରହିବ ତାକୁ ଦୃଷ୍ଟି ନ ଦେଇ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏହିଭଳି ନିୟମ ସବୁ ଆଣୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସିଏଏ, ଏନଆରସି ଭଳି ବିଦ୍ବେଷ ସୃଷ୍ଟିକାରୀ ଆଇନକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ନାଗରିକ ମଞ୍ଚ ଦାବି କରିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details