ଓଡିଶା

odisha

ETV Bharat / city

ବାତିଲ୍ ହେବ ଯୁକ୍ତ ଦୁଇ ପରୀକ୍ଷା !

କୋରୋନା ପାଇଁ ରାଜ୍ୟ ସରକାର ଯୁକ୍ତ ଦୁଇ ପରୀକ୍ଷା ମଧ୍ୟ ବାତିଲ୍ କରିବେ । ଏନେଇ ବିଧିବଦ୍ଧ ଘୋଷଣା ହୋଇନଥିଲେ ମଧ୍ୟ ଗଣଶିକ୍ଷା ବିଭାଗ ଖୁବଶୀଘ୍ର ଏନେଇ ଘୋଷଣା କରିବେ । ତେବେ ଏକ ପ୍ରକାର ନିଷ୍ପତ୍ତି ହୋଇସାରିଛି । ଅଧିକ ପଢନ୍ତୁ...

ବାତିଲ୍ ହେବ ଯୁକ୍ତ ଦୁଇ ପରିକ୍ଷା !
ବାତିଲ୍ ହେବ ଯୁକ୍ତ ଦୁଇ ପରିକ୍ଷା !

By

Published : Jun 2, 2021, 9:49 AM IST

Updated : Jun 2, 2021, 2:20 PM IST

ଭୁବନେଶ୍ବର: ବାତିଲ୍ ହେବ ଯୁକ୍ତ ଦୁଇ ପରୀକ୍ଷା । କୋରୋନା ପାଇଁ ରାଜ୍ୟ ସରକାର ଯୁକ୍ତ ଦୁଇ ପରିକ୍ଷା ମଧ୍ୟ ବାତିଲ୍ କରିବେ । ଏନେଇ ବିଧିବଦ୍ଧ ଘୋଷଣା ହୋଇନଥିଲେ ମଧ୍ୟ ଗଣଶିକ୍ଷା ବିଭାଗ ଖୁବଶୀଘ୍ର ଏନେଇ ଘୋଷଣା କରିବେ । ତେବେ ଏକ ପ୍ରକାରର ନିଷ୍ପତ୍ତି ହୋଇସାରିଛି ।

ସୂଚନା ଅନୁସାରେ, ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, CBSE ପରିକ୍ଷା ପରେ CHSE କଥା ଚିନ୍ତା କରାଯିବ ।

ହେଲେ ବିକଳ୍ପ ମୁଲ୍ୟାୟନ ପନ୍ଥା କଣ ହେବ ତାହା ଉପରେ ଆଲୋଚନା କରାଯିବ । ଏହାସହ ଖୁବଶୀଘ୍ର ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ମଧ୍ୟରେ ଆଲୋଚନା ହେବ। ଯେଉଁଥିରେ ବିଭାଗୀୟ ଅଧିକାରୀଙ୍କ ସମେତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କର୍ମକର୍ତ୍ତା ସାମିଲ ହେବେ ।

ସୂଚନା ଅନୁସାରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତାରେ ବସିଥିବା ବୈଠକରେ CBSE ପରିକ୍ଷା ବାତିଲ୍ ନେଇ ଘୋଷଣା କରାଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Jun 2, 2021, 2:20 PM IST

ABOUT THE AUTHOR

...view details