ଓଡିଶା

odisha

ETV Bharat / city

CHSE ପକ୍ଷରୁ ବିଜ୍ଞପ୍ତି, 27ରୁ ଯୁକ୍ତ ୨ ଫର୍ମପୂରଣ

ଯୁକ୍ତ ୨ ବାର୍ଷିକ ପରୀକ୍ଷା ପାଇଁ ଆସନ୍ତା ୨୭ ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଲାଗି ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହେବ । ଅଧିକ ପଢନ୍ତୁ

CHSE ପକ୍ଷରୁ ବିଜ୍ଞପ୍ତି, 27ରୁ ଯୁକ୍ତ ୨ ଫର୍ମପୂରଣ
CHSE ପକ୍ଷରୁ ବିଜ୍ଞପ୍ତି, 27ରୁ ଯୁକ୍ତ ୨ ଫର୍ମପୂରଣ

By

Published : Dec 24, 2021, 8:47 AM IST

ଭୁବନେଶ୍ବର:ଯୁକ୍ତ ୨ ବାର୍ଷିକ ପରୀକ୍ଷା ପାଇଁ ଆସନ୍ତା ୨୭ ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଲାଗି ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହେବ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଫର୍ମ ପୂରଣ ପ୍ରକ୍ରିୟା ୨୭ରୁ ଆରମ୍ଭ ହୋଇ ୪ ତାରିଖ ଯାଏଁ ବିନା ଜରିମାନାରେ ଚାଲିବ । ଯେଉଁ ଛାତ୍ରଛାତ୍ରୀମାନେ ଏହି ସମୟ ମଧ୍ୟରେ ଫର୍ମପୂରଣ କରି ନ ଥିବେ ସେମାନେ ଆସନ୍ତା 5 ରୁ 6 ତାରିଖ ମଧ୍ୟରେ ୧୦୦ଟଙ୍କା ଜରିମାନା ଓ 7 ରୁ 8 ତାରିଖ ମଧ୍ୟରେ 450 ଟଙ୍କା ଜରିମାନା ଦେଇ ଫର୍ମପୂରଣ କରିପାରିବେ । ଫର୍ମ ପୂରଣ ବାବଦରେ 520 ଟଙ୍କା ଦାଖଲ କରିବାକୁ ହେବ ।

ସାମ୍ସ ୱେବ୍‌ସାଇଟ୍ ଲଗ୍‌ଇନ୍ କରି ଆଡମିଟ୍ କାର୍ଡ ପାଇପାରିବେ ଛାତ୍ରଛାତ୍ରୀ । କଲେଜର ସାମ୍ସ ପୋର୍ଟାଲ ଜରିଆରେ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ କରିବେ । ଆବଶ୍ୟକୀୟ କାଗଜପତ୍ର ସହ ନିର୍ଭୁଲ ଭାବେ ପିଲାଙ୍କ ଫର୍ମ ପୂରଣ କରିବା ପାଇଁ ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ୨ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠିରେ ନିର୍ଦ୍ଦେଶ ହୋଇଛି । ଏହା ସହ ଫର୍ମ ପୂରଣ ପାଇଁ ଗାଇଡଲାଇନ ବି ଜାରି ହୋଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

...view details