ଓଡିଶା

odisha

ETV Bharat / city

ଅନ୍ଧାରରେ ୧୩ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ପରୀକ୍ଷା କରି ରେଜଲ୍ଟ ଭୁଲିଗଲା CHSE !

ଗତମାସ 11 ତାରିଖରେ ପରୀକ୍ଷା ସରିଥିବା ବେଳେ ନଭେମ୍ବର ପ୍ରଥମ ସପ୍ତାହରେ ଫଳ ପ୍ରକାଶ କରିବାକୁ ଘୋଷଣା କରାଯାଇଥିଲା । କିନ୍ତୁ ଏଯାଏଁ ନା ପରୀକ୍ଷା ଫଳ ପ୍ରକାଶ ପାଉଛି ନା ଘୋଷଣା ହେଉଛି ତାରିଖ । ଫଳରେ ଏବେ ଅନ୍ଧାରରେ 13 ହଜାର ଛାତ୍ରଛାତ୍ରୀଙ୍କ ଭାଗ୍ୟ । ଅଧିକ ପଢନ୍ତୁ

By

Published : Nov 16, 2021, 10:01 PM IST

CHSE cunducted +2 offline Exams  but yet to out result, over thirteen thousand students's future now dash
ଅନ୍ଧାରରେ ୧୩ ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ପରୀକ୍ଷା କରି ଫଳ ପ୍ରକାଶ ଭୁଲିଗଲା CHSE !

ଭୁବନେଶ୍ବର: ପରୀକ୍ଷା କରାଇ ଫଳ ପ୍ରକାଶ କରିବା କଥା ଭୁଲିଗଲା CHSE । ପରୀକ୍ଷା କରି ଫଳ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CSHE) ଭୁଲିଯାଇଥିବା ଅଭିଯୋଗ ହୋଇଛି । ଚଳିତ ବର୍ଷ ବିନା ପରୀକ୍ଷାରେ ଫଳ ପ୍ରକାଶ ପାଇବା ପରେ କିଛି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ହୋଇ ଅଫ୍‌ଲାଇନରେ ପରୀକ୍ଷା ଦେଇଥିଲେ । ଗତମାସ 11 ତାରିଖରେ ପରୀକ୍ଷା ସରିଥିବା ବେଳେ ନଭେମ୍ବର ପ୍ରଥମ ସପ୍ତାହରେ ଫଳ ପ୍ରକାଶ କରିବାକୁ ଘୋଷଣା କରାଯାଇଥିଲା । କିନ୍ତୁ ଏଯାଏ ନା ପରୀକ୍ଷା ଫଳ ପ୍ରକାଶ ପାଉଛି ନା ଘୋଷଣା ହେଉଛି ତାରିଖ । ଫଳରେ ଏବେ ଅନ୍ଧାରରେ 13 ହଜାର ଛାତ୍ରଛାତ୍ରୀଙ୍କ ଭାଗ୍ୟ ।

ଅନ୍ଧାରରେ ୧୩ ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ପରୀକ୍ଷା କରି ଫଳ ପ୍ରକାଶ ଭୁଲିଗଲା CHSE !

କେବେ ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ ? ପରୀକ୍ଷା କରିଦେଇ ଚୁପ୍ ବସିଛିକି CHSE ? +3ରେ ନାମଲେଖାଇବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବେ ଛାତ୍ରଛାତ୍ରୀ ? ଏସବୁ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନର ଉତ୍ତର ଉଚ୍ଚଶିକ୍ଷା ପରିଷଦ ସ୍ପଷ୍ଟ କରୁନି କିମ୍ବା ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଆଶ୍ବାସନା ମିଳୁନି ।

ସାଙ୍ଗମାନେ ଯାଇ କ୍ଳାସରୁମରେ ପାଠ ପଢିଲେଣି, କିନ୍ତୁ ଯୁକ୍ତ ଦୁଇ ମାର୍କିଂରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ଫଳ ପାଇବା ଆଶାରେ ଏବେ ଦିନ ଗଣୁଛନ୍ତି। ଫଳରେ ଚଳିତ ଶିକ୍ଷା ବର୍ଷରେ ଆଉ ପାଠ ପଢିବେ ନା ପୁଣି ବର୍ଷେ ନଷ୍ଟ ହେବ ସେ ନେଇ ଆଶା ଆଶଙ୍କାରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ।

ଗତ ଅକ୍ଟୋବର ମାସ 11 ତାରିଖରେ ଶେଷ ହୋଇଥିଲା ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା । ରାଜ୍ୟର ପ୍ରାୟ 13 ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେହି ଦିନକୁ ହିସାବ କଲେ ଆଜିକୁ 36 ଦିନ ପୁରିଛି । ନଭେମ୍ବର ପ୍ରଥମ ସପ୍ତାହରେ ଫଳ ପ୍ରକାଶ କରିବା ନେଇ ପରିଷଦ ପକ୍ଷରୁ କୁହାଯାଇଥିବା ବେଳେ ଏବେ କିନ୍ତୁ ଖୋଜ ଖବର ନାହିଁ । ଏନେଇ ଉଚ୍ଚଶିକ୍ଷା ପରିଷଦ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେହି କିଛି କହିବାକୁ ନାରାଜ । କିନ୍ତୁ ପରୀକ୍ଷା ନିୟନ୍ତ୍ରକଙ୍କ ଅନୌପଚାରିକ ଉତ୍ତର ଖୁବ୍ ଶୀଘ୍ର ଫଳ ପ୍ରକାଶ ପାଇବ ।

ସେପଟେ ଫଳ ପ୍ରକାଶ ନେଇ ଶିକ୍ଷାବିତ କହିଛନ୍ତି ଯେ ଉଦ୍ୟମ କଲେ ଶୀଘ୍ର ଫଳ ପ୍ରକାଶ ପାଇବା ସମ୍ଭବ । ଯଦି କିଛି ସମସ୍ୟା ରହିଛି ତେବେ ପିଲାମାନଙ୍କୁ ପରିଷଦ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହେବା ଦରକାର । ଏମିତି ନ ହେଲେ ଛାତ୍ରଛାତ୍ରୀମାନଙ୍କର ମାନସିକ ଚାପ ବଢିଯିବ। ଫଳ ପ୍ରକାଶ କରିବାରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଳମ୍ବ ହେବା ଏବଂ ଯୁକ୍ତ ତିନି ନାମଲେଖା ସରି ପାଠପଢା ଆରମ୍ଭ ହୋଇଥିବାରୁ ଫଳ ପ୍ରକାଶ ପରେ ପିଲାମାନେ ରଖିଥିବା ମାର୍କ ଆଧାରରେ ଉପଯୁକ୍ତ କଲେଜରେ ନାମ ଲେଖାଇବା ସୁବିଧା କରିବାକୁ ଦାବି ହୋଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details