ଭୁବନେଶ୍ବର: କ୍ଵାରେନଣ୍ଟାଇନ ସେଣ୍ଟରରେ ହୋଇଥିବା ଯୁକ୍ତଦୁଇ ଖାତା ମୂଲ୍ୟାୟନ କେନ୍ଦ୍ରକୁ ଖାଲି ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଅଧ୍ୟକ୍ଷ ପଠାଇଛନ୍ତି ଚିଠି ।
ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ନେଇ ଜିଲ୍ଲାପାଳଙ୍କୁ ସିଏଚଏସଇ ଅଧ୍ୟକ୍ଷଙ୍କ ଚିଠି - ସିଏଚଏସଇ ଅଧ୍ୟକ୍ଷଙ୍କ ଚିଠି
ଯୁକ୍ତ ଦୁଇ ପରୀକ୍ଷାର ମୂଲ୍ୟାୟନ ପାଇଁ ଚୟନ ହୋଇଥିବା କ୍ବାରେନଣ୍ଟାଇନ ସେଣ୍ଟରକୁ ଖାଲି ସହ ବିଶୋଧନ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ପଠାଇଛନ୍ତି ସିଏଚଏସଇ ଅଧ୍ୟକ୍ଷ । ଅଧିକ ପଢନ୍ତୁ..
ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ନେଇ ଜିଲ୍ଲାପାଳଙ୍କୁ ସିଏଚଏସଇ ଅଧ୍ୟକ୍ଷଙ୍କ ଚିଠି
ଜୁନ 1 ଠାରୁ ଯୁକ୍ତ ଦୁଇ ମୂଲ୍ୟାୟନ ହେବ । ତା ପୂର୍ବରୁ କେନ୍ଦ୍ରକୁ ଖାଲି କରିବା ସହ ବିଶୋଧନ କରିବାକୁ ଅନୁରୋଧ କରାଯାଇଛି । ଯଦି କୌଣସି ପରିସ୍ଥିତିରେ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇପାରୁନାହିଁ ତେବେ ବ୍ୟାରିକେଡ଼ ମାଧ୍ୟମରେ ପୃଥକୀକରଣ କରିବାକୁ ନିର୍ଦ୍ଦେଶ ରହିଛି । ମୂଲ୍ୟାୟନ କେନ୍ଦ୍ରରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା, ପ୍ରତିଦିନ ବିଶୋଧିକରଣ ଏବଂ କୋଭିଡ 19 ର ସମସ୍ତ ନିୟମାବଳୀ ପାଳନ କରାଯିବ । ଏସବୁ କାର୍ଯ୍ୟ ମେ 30 ସୁଦ୍ଧା ଶେଷ କରିବାକୁ ସବୁ ଜିଲ୍ଲାପାଳଙ୍କୁ ପରିଷଦର ଅଧ୍ୟକ୍ଷ ଚିଠି ପଠାଇଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ