ଓଡିଶା

odisha

ETV Bharat / city

ଯୀଶୁଙ୍କ ଆଗମନରେ ଉତ୍ସବମୁଖର ଚର୍ଚ୍ଚ, କୋଭିଡ ନିୟମ ମାନି ଖ୍ରୀଷ୍ଟମାସ ପାଳନ - merry christmas celebration

ଚଳିତଥର କୋଭିଡ କଟକଣା ମଧ୍ୟରେ ଚର୍ଚ୍ଚରେ ଆରମ୍ଭ ହୋଇଛି ପ୍ରାର୍ଥନା । ଏହାସହ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କର ଭିଡ ମଧ୍ୟ ଦେଖିବାକୁ ମିଳିଛି ।

କଟକଣା ମଧ୍ୟରେ ଚର୍ଚ୍ଚରେ ଆରମ୍ଭ ହୋଇଛି ପ୍ରାର୍ଥନା
କଟକଣା ମଧ୍ୟରେ ଚର୍ଚ୍ଚରେ ଆରମ୍ଭ ହୋଇଛି ପ୍ରାର୍ଥନା

By

Published : Dec 25, 2020, 12:42 PM IST

Updated : Dec 25, 2020, 2:19 PM IST

ଭୁବନେଶ୍ବର: ଆଜି ପବିତ୍ର ବଡ଼ଦିନ । ମଧ୍ୟରାତ୍ରରୁ ଧରାପୃଷ୍ଠକୁ ଆଗମନ କରିଛନ୍ତି ଯୀଶୁ ଖ୍ରୀଷ୍ଟ । ତାଙ୍କ ଆଗମନକୁ ସ୍ବାଗତ କରିଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ଏଥିପାଇଁ ରଙ୍ଗ ବେଙ୍ଗର ଆଲୋକରେ ଜଲସୁଛି ଚର୍ଚ୍ଚ । ଚଳିତଥର କୋଭିଡ କଟକଣା ମଧ୍ୟରେ ଚର୍ଚ୍ଚରେ ଆରମ୍ଭ ହୋଇଛି ପ୍ରାର୍ଥନା । ଏହାସହ ଖ୍ରୀଷ୍ଟବାଲମ୍ବୀ ମାନଙ୍କର ଭିଡ ମଧ୍ୟ ଦେଖିବାକୁ ମିଳିଛି ।

କଟକଣା ମଧ୍ୟରେ ଚର୍ଚ୍ଚରେ ଆରମ୍ଭ ହୋଇଛି ପ୍ରାର୍ଥନା

ରାଜ୍ୟରେ କୋଭିଡ କଟକଣା ମଧ୍ୟରେ ବଡ଼ ଦିନର ଉତ୍ସବ ପାଳନ କରାଯାଉଛି । ଭୁବନେଶ୍ବରରେ ଥିବା ସତ୍ୟନଗର ସ୍ତୁତ କ୍ୟାଥେଲିକ ଚର୍ଚ୍ଚରେ କୋଭିଡ ନୀତି ନିୟମ ଅନୁସାରେ ପାଳନ ହୋଇଛି କ୍ରିସମାସ ।

ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଆସିଛନ୍ତି ଖ୍ରୀଷ୍ଟବାଲମ୍ବୀ ଭାଇ ଓ ଭଉଣୀମାନେ । ତେବେ ପୂର୍ବରୁ ନିର୍ଦ୍ଧାରିତ ସମୟ ଅନୁସାରେ ପାଳନ ହେଉଛି ଉତ୍ସବ । ସିଫ୍ଟ ଅନୁସାରେ ପ୍ରାର୍ଥନା ଓ ଗେଟ ମଧ୍ୟରେ ଜଣେ ପରେ ଜଣେ ପ୍ରବେଶ ହେଉଛନ୍ତି । ପ୍ରତିଥରକେ 140 ଜଣଙ୍କୁ ପ୍ରବେଶ କରାଯାଉଥିବା ବେଳେ କୋଭିଡ ନିୟମକୁ କଡ଼ାକଡ଼ି ଭାବରେ ପାଳନ କରାଯାଉଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Dec 25, 2020, 2:19 PM IST

ABOUT THE AUTHOR

...view details