ଭୁବନେଶ୍ବର: ବର୍ତ୍ତମାନ କୋରୋନା କବଳରେ ଶିଶୁ । ରାଜ୍ୟରେ ପ୍ରଥମ ଲହର ପରେ ଦ୍ବିତୀୟ ଲହରରେ ବହୁ ସଂଖ୍ୟାରେ ସଂକ୍ରମିତ ହେଉଛନ୍ତି । କୋରୋନାରେ ଆକ୍ରାନ୍ତ ହେବା ପରେ ଶିଶୁଙ୍କଠାରେ ଏମଆଇ ସିଣ୍ଡ୍ରୋମା ଦେଖା ଦେଉଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ରାଜ୍ୟରେ ପ୍ରତ୍ୟେକ ଦିନ ୧୦୦କୁ ଅଧିକ ଶିଶୁ ଆକ୍ରାନ୍ତ ହେଉଛନ୍ତି । ସଂକ୍ରମିତ ହେବାର ମାସେ ପରେ ପିଲାଙ୍କ ମଧ୍ୟରେ ମଲ୍ଟି ସିଷ୍ଟମ ଇନ୍ଫଆମେଣ୍ଟରି ସିଣ୍ଡ୍ରୋମ ବା ଏମଆଇ ସିଣ୍ଡ୍ରୋମା ହେବାର ସମ୍ଭାବନା ରହିଛି । ପ୍ରଥମ ଲହରରେ ଏହା ଚିହ୍ନଟ ହୋଇନଥିଲା । ଦ୍ବିତୀୟ ଲହରରେ ଶିଶୁଙ୍କଠାରେ ଏହି ଲକ୍ଷଣ ଦେଖାଯାଉଥିବା କହିଛନ୍ତି ଡାକ୍ତର । କୋଭିଡରୁ ସୁସ୍ଥ ହେବାର ଏକ ମାସ ପରେ ପିଲାଙ୍କ ମୁଣ୍ଡ ବିନ୍ଧା, ଝାଡ଼ା, ବାନ୍ତି ହେଉଛି । ଏହି ଲକ୍ଷଣ ଦେଖାଯିବା ମାତ୍ରେ ପିଲାଙ୍କୁ ମେଡିକାଲରେ ଭର୍ତ୍ତି କରିବାରୁ ପରାମର୍ଶ ଦେଇଛନ୍ତି ଡାକ୍ତର ।