ଓଡିଶା

odisha

By

Published : Jul 11, 2021, 9:06 AM IST

ETV Bharat / city

ଛାଡି ପଳେଇଲେ ବାପା ମା’, ୪ ଶିଶୁଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ

ରାଜଧାନୀରେ ଅଭାବନୀୟ ଚିତ୍ର । ନିଜ ଜନ୍ମ କଲା ଶିଶୁଙ୍କୁ ଛାଡିପଳାଇଲେ ବାପା ମା । ଉଦ୍ଧାର କଲା ଚାଇଲ୍ଡ ଲାଇନ। ଅଧିକ ପଢନ୍ତୁ...

ଛାଡି ପଳେଇଲେ ବାପା ମା,ରାସ୍ତାରେ କାନ୍ଦୁଥିଲେ ୪ ଶିଶୁ ଉଧାର କଲା ଚାଇଲ୍ଡ ଲାଇନ
ଛାଡି ପଳେଇଲେ ବାପା ମା,ରାସ୍ତାରେ କାନ୍ଦୁଥିଲେ ୪ ଶିଶୁ ଉଧାର କଲା ଚାଇଲ୍ଡ ଲାଇନ

ଭୁବନେଶ୍ବର: ରାଜଧାନୀରେ ଅଭାବନୀୟ ଦୃଶ୍ୟ । ନିଜ ଜନ୍ମ କଲା ଶିଶୁଙ୍କୁ ଛାଡି ପଳାଇଲେ ବାପା ମା । ଆଉ ରାସ୍ତାରେ ଛଟପଟ ହେଉଥିଲେ ୪ ଶିଶୁ । ଭୋକରେ ଦୁଇଦିନ ଧରି ଛଟପଟ ପରେ ଏବେ ଉଦ୍ଧାର କରିଛି ଚାଇଲ୍ଡ ଲାଇନ । ତମାଣ୍ଡୋ ଥାନା ରେନଗାଲିଆ ଭଲ ନିକଟରେ ଥିବା ବରଗଛ ମୂଳେ 4 ଶିଶୁଙ୍କ ଏପରି ଅବସ୍ଥାରେ ଥିବା ଖବର ପାଇଥିଲା ଚାଇଲ୍ଡ ଲାଇନ । ଏହାପରେ ସେମାନଙ୍କୁ ଉଦ୍ଧାର କରାଯାଇଛି ।

ଉଦ୍ଧାର ପିଲାଙ୍କ ମଧ୍ୟରେ ୩ ଜଣ ଝିଅ ଓ ଜଣେ ପୁଅ ଥିବା ଜଣାପଡିଛି । ସଭିଙ୍କ ବୟସ ୪ରୁ ୧୦ବର୍ଷ ବୟସର ବୋଲି ଜଣାପଡିଛି। ତେବେ ସୂଚନା ମୂତାବକ ମା’ ଛାଡି ପଳାଇବା ପରେ ବାପା ସହ ରହୁଥିଲେ ଏହି 4 ଶିଶୁ । ହେଲେ ଦୁଇ ଦିନହେବ ବାପା ନ ଆସିବାରୁ ନଖାଇ ନ ପିଇ କାନ୍ଦୁଥିଲେ । ଏନେଇ ଚାଇଲ୍ଡ ଲାଇନ ଖବର ପାଇଥିଲା ପରେ ଶିଶୁ ମାନଙ୍କୁ ଉଦ୍ଧାର କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details