ଭୁବନେଶ୍ବର: ୧୫ ବର୍ଷ ମଧ୍ୟରେ ରାଜ୍ୟରେ ଶିଶୁ ମୃତ୍ୟୁହାର ୩୯ ପ୍ରତିଶତ ହ୍ରାସ । ଶିଶୁ ମୃତ୍ୟୁହାର ହ୍ରାସ ଦିଗରେ ମଧ୍ୟ ଉଲ୍ଲେଖନୀୟ ସଫଳତା ମିଳିଛି । ୨୦୦୫ ଠାରୁ ୨୦୨୦ ମଧ୍ୟରେ ଶିଶୁ ମୃତ୍ୟୁହାର (IMR) ୩୯ ପଏଣ୍ଟ ହ୍ରାସ ପାଇଛି, ଯାହାକି ସମଗ୍ର ଦେଶରେ ପ୍ରଥମ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ବର୍ଷରୁ କମ ଶିଶୁଙ୍କର ପୂର୍ଣ୍ଣ ଟୀକାକରଣ ହାର ଶତକଡା ୯୦.୫ ହୋଇପାରିଛି । ଯାହାକି ସମଗ୍ର ଦେଶରେ ସର୍ବାଧିକ ନାଗରିକଙ୍କର କୋଭିଡ-୧୯ ଟୀକାକରଣ କାର୍ଯ୍ୟକ୍ରମ ସଫଳ ଭାବେ ଚାଲୁ ରହିଛି । ବର୍ତ୍ତମାନ ସୁଦ୍ଧା ଶତକଡା ୯୬ ଭାଗ ପ୍ରଥମ ଡୋଜ ଏବଂ ଶତକଡା ୮୭ ଭାଗ ଉଭୟ ଡୋଜ ନେଇସାରିଛନ୍ତି ।