ଭୁବନେଶ୍ବର: ମାନସିକ ବିକାରଗ୍ରସ୍ତ ପିଲାଙ୍କ ସହିତ ମିଶି ଦୀପାବଳି ପାଳିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସେମାନଙ୍କ ସାଙ୍ଗରେ ଦୀପ ଜାଳି, ବାଣ ଫୁଟାଇବା ସହିତ ସେମାନଙ୍କୁ ମିଠା ବାଣ୍ଟି ଦୀପାବଳିର ଶୁଭକାମନା ଜଣାଇଲେ ସେ ।
ମାନସିକ ବିକାରଗ୍ରସ୍ତ ପିଲାଙ୍କ ସହିତ ଦୀପାବଳି ପାଳିଲେ ମୁଖ୍ୟ ଶାସନ ସଚିବ ସ୍ଥାନୀୟ ଜୟଦେବ ବିହାର ଅଞ୍ଚଳରେ ଥିବା ଚେତନା ନାମକ ଅନୁଷ୍ଠାନକୁ ଅପରାହ୍ନରେ ଭ୍ରମଣ କରିବା ସହ ସେମାନଙ୍କ ସହିତ ଖୁସି ମନାଇଥିଲେ । ଏହି ଅବସରରେ ସେ ଏକ ନିଆରା ଅନୁଭୂତି ସାଉଁଟିଥିବା କହିଛନ୍ତି । ଏହା ଦ୍ବାରା ସେମାନଙ୍କ ବିଷୟରେ ଅଧିକ ଜାଣି ପାରିବା ସହିତ ତାଙ୍କର ସୁଖଦୁଃଖରେ ସାମିଲ ହେବାର ସୁଯୋଗ ମିଳିଲା ବୋଲି ମଧ୍ୟ ସେ କହିଛନ୍ତି ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ସମସ୍ତ ଅଧିକାରୀ ମାନଙ୍କୁ ଦୀପାବଳି ଘରେ ନ ପାଳି ବିଭିନ୍ନ ଦିବ୍ୟାଙ୍ଗ ଓ ଅନାଥାଶ୍ରମ ମାନଙ୍କରେ ପାଳିବାକୁ ନିର୍ଦେଶ ଦେଇଥିଲେ । ସେମାନଙ୍କ ସହିତ ମିଶିବା ସହ ତାଙ୍କ ମୁହଁରେ ହସ ଫୁଟାଇବା ପ୍ରକୃତ ଆନନ୍ଦ ବାଣ୍ଟିବାର ପର୍ବ ବୋଲି ସେ କହିଥିଲେ । ତେଣୁ ବିଭିନ୍ନ ଅଧିକାରୀ ଓ ନେତାମାନେ ଏହିଭଳି ଅନୁଷ୍ଠାନମାନଙ୍କରେ ଯାଇ ଦୀପାବଳି ପାଳନ କରୁଥିବା ଜଣାଯାଇଛି । ଏପରିକି ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ଖଣ୍ଡଗିରି ଅଞ୍ଚଳରେ ଥିବା ଏସଓଏସ ଅନାଥାଶ୍ରମରେ ଦୀପାବଳି ପାଳନ କରିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ