ଓଡିଶା

odisha

ETV Bharat / city

ଅଙ୍ଗନବାଡ଼ି କର୍ମୀଙ୍କ ପ୍ରଶଂସାରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ

ଅଙ୍ଗନବାଡି କର୍ମୀ ମାନଙ୍କ କର୍ତ୍ତବ୍ୟନିଷ୍ଠାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ଅଙ୍ଗନବାଡ଼ି କର୍ମୀମାନଙ୍କ ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠା କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ଅଙ୍ଗନବାଡ଼ି କର୍ମୀମାନଙ୍କ ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠା କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

By

Published : May 22, 2021, 7:52 AM IST

ଭୁବନେଶ୍ବର: ଅଙ୍ଗନବାଡ଼ି କର୍ମୀମାନଙ୍କ ତ୍ୟାଗ ଓ କର୍ତ୍ତବ୍ୟ ନିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାକେବଳ ଛୋଟ ପିଲା ଏବଂ ଗର୍ଭବତୀ ମା’ ମାନଙ୍କ ପୋଷଣ ଓ ସ୍ଵାସ୍ଥ୍ୟରକ୍ଷା ପାଇଁ ନୁହେଁ, କୋଭିଡ୍ ପରିସ୍ଥିତି ମଧ୍ୟରେ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଅଙ୍ଗନବାଡ଼ି କାର୍ଯ୍ୟକର୍ତ୍ତାମାନେ ଆଗଧାଡ଼ିର ଯୋଦ୍ଧା ଭାବେ କାର୍ଯ୍ୟ କରିଚାଲିଛନ୍ତି । ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ର ହେଉ କିମ୍ବା ଗୃହ ପୃଥକବାସ ବା କ୍ୱାରେନଣ୍ଟାଇନ୍ ପରିଚାଳନା ହେଉ ସବୁଥରେ ସେମାନେ ଖୁବ୍ ଭଲ କାମ କରୁଛନ୍ତି ।

ଅଙ୍ଗନବାଡ଼ି କର୍ମୀମାନଙ୍କ ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠା କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଆସନ୍ତା ୨୪ ତାରିଖରୁ ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି କୋଭିଡ୍ ଲକ୍ଷଣ ଏବଂ ଗୁରୁତର ରୋଗ ଥିବା ବ୍ୟକ୍ତି ଚିହ୍ନଟ (ସର୍ଭେ) କାର୍ଯ୍ୟ ଆରମ୍ଭ କରିବେ । ଏଥିରେ ସେମାନେ ନିଶ୍ଚିତ ଭାବେ ସଫଳ ହେବେ ଏବଂ ସେମାନଙ୍କ ମାଧ୍ୟମରେ ଗାଁକୁ ସଂକ୍ରମଣମୁକ୍ତ କରାଯାଇପାରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୭୦ ହଜାରରୁ ଊର୍ଦ୍ଧ୍ବ ଆଇସିଡିଏସ୍ କର୍ମକର୍ତ୍ତାଙ୍କ ପାଇଁ ଅନୁଷ୍ଠିତ ଉଚ୍ଚୁଆଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଛନ୍ତି ।

କୋଭିଡ୍ ଦ୍ଵିତୀୟ ଲହର ପରିପ୍ରେକ୍ଷୀରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗର ଆଗଧାଡ଼ିର କାର୍ଯ୍ୟକର୍ତ୍ତା ମାନଙ୍କ ପାଇଁ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ଘରକୁ ଘର ସର୍ଭେ ପରିପ୍ରେକ୍ଷୀରେ ଆୟୋଜିତ ଭର୍ଚ୍ଚୁଆଲ ଦକ୍ଷତା ବୃଦ୍ଧି ୱେବମିନାର୍‌ରେ ମୁଖ୍ୟମନ୍ତ୍ରୀ କୋଭିଡ୍ ସମୟରେ ଏହି ଆଗଧାଡ଼ିର କାର୍ଯ୍ୟକର୍ତ୍ତା ମାନଙ୍କ କ୍ରମାଗତ ପରିଶ୍ରମ ଓ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିବା ସହ ଗାଁକୁ ସୁରକ୍ଷା ଦେବା ସହ ନିଜେ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି ।

ୱେବମିନାର୍‌ରେ କାର୍ଯ୍ୟକର୍ତ୍ତାମାନଙ୍କୁ ଉଦ୍‌ବୋଧନ ଦେଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ କହିଲେ ଯେ କୋଭିଡ୍ ଦ୍ଵିତୀୟ ଲହରର ଭୟାବହତାକୁ ଦେଖୁ ପ୍ରତ୍ୟେକ ମୂଲ୍ୟବାନ ଜୀବନକୁ ସୁରକ୍ଷିତ ରଖିବା ଆମ ପାଇଁ ସବୁଠାରୁ ବଡ଼ ଆହ୍ୱାନ ।

ମୁକାବିଲା ଦିଗରେ ଆମର ଆଇସିଡିଏସ୍‌ କାର୍ଯ୍ୟକର୍ତ୍ତା ଏବଂ ଅଙ୍ଗନବାଡ଼ି କର୍ମୀମାନଙ୍କ ଭୂମିକା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ । ଗ୍ରାମାଞ୍ଚଳରେ କୋଭିଡ୍ ସଚେତନତା ସୃଷ୍ଟି ସହ ସେମାନେ ନିଜର ଓ ନିଜ ପରିବାରର ସୁରକ୍ଷା ପ୍ରତି ମଧ୍ୟ ଯତ୍ନବାନ ହେବେ ବୋଲି କହିବା ସହ କୋଭିଡ୍ ସଂଗ୍ରାମରେ ପ୍ରାଣ ହରାଇଥିବା ବିଭାଗର କୋଭିଡ୍ ଯୋଦ୍ଧାମାନଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏନେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଲେ, କୋଭିଡ୍‌ର ଦ୍ଵିତୀୟ ଲହର ପରେ ତୃତୀୟ ଲହର ଆସିବା ନେଇ ମଧ୍ୟ ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । ଏଥରେ ଶିଶୁମାନେ ଅଧିକ ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଇଛି । ତେଣୁ ଏବେଠାରୁ ଲୋକଙ୍କ ନିକଟରେ କୋଭିଡ୍ ସଂପର୍କରେ ସଠିକ୍ ତଥ୍ୟ ପହଞ୍ଚାଇବା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଶିଶୁ ଓ ମା’ ମାନଙ୍କ ପୁଷ୍ଟିସାଧନକୁ ସୁନିଶ୍ଚିତ କରିବା ହେଉଛି ଅଙ୍ଗନବାଡ଼ି କାର୍ଯ୍ୟକର୍ତ୍ତା ମାନଙ୍କ ଗୁରୁଦାୟିତ୍ଵ ଏହି ଆଗଧାଡ଼ିର କାର୍ଯ୍ୟକର୍ତ୍ତା ମାନେ ଗାଁର ଆଖି ଓ କାନ ଭଳି ସଜାଗ ରହି ଗାଁକୁ ସୁରକ୍ଷା ପ୍ରଦାନ କରିବାକୁ ଆହ୍ଵାନ ଦେବା ସହ ପ୍ରମୁଖ ଶାସନ ସଚିବ ସେମାନଙ୍କ ନିରନ୍ତର କର୍ତ୍ତବ୍ୟନିଷ୍ଠାକୁ ଭୂୟସୀ ପ୍ରଶଂସା କରିଛନ୍ତି ।

ଏହି ୱେବମିନାରର ବୈଷୟିକ ଅଧିବେଶନରେ ମୁଖ୍ୟତଃ ଘରକୁ ଘର ସର୍ଭେ ସମୟରେ ଅଙ୍ଗନବାଡ଼ି କାର୍ଯ୍ୟକର୍ତ୍ତାମାନଙ୍କୁ କୋଭିଡ୍ ସଂପର୍କିତ ତିନୋଟି ମୁଖ୍ୟ ପ୍ରସଙ୍ଗ ଯଥା ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସତର୍କତା, ପୁଷ୍ଟିସାଧନ ଏବଂ ଶିଶୁ ସୁରକ୍ଷା ଉପରେ ବିଶେଷଜ୍ଞ ଏବଂ ଯୋଗାଯୋଗ ବିଶାରଦମାନେ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାର ନିର୍ଦ୍ଦେଶକ ଅମରେନ୍ଦ୍ରନାଥ ମହାନ୍ତି ଏବଂ ତାଙ୍କ ଟିମ୍ ଦ୍ଵାରା ଘରକୁ ଘର ତିନି ମାସିଆ ସର୍ଭେ ସମୟରେ କୋଭିଡ୍ ପ୍ରୋଟୋକଲର ଅନୁପାଳନ, ଲକ୍ଷଣଯୁକ୍ତ କୋଭିଡ୍ ରୋଗୀଙ୍କ ଚିହ୍ନଟ ଓ ଚିକିତ୍ସା, ଗୃହ ପୃଥକବାସର ନିୟମାବଳୀ, ସଙ୍ଗରୋଧ ବ୍ୟବସ୍ଥା, ସଂକ୍ରମଣ ନିୟନ୍ତ୍ରଣ ନିମନ୍ତେ ବିବିଧ ପଦକ୍ଷେପ, କୋଭିଡ୍ ସଂକ୍ରମିତ ଗର୍ଭବତୀ ଓ ପ୍ରସୂତୀ ମା’ ଓ ଶିଶୁଙ୍କ ଯନ୍, ସ୍ତନ୍ୟପାନ ସମୟରେ ସତର୍କତା, କୋଭିଡ୍ ରୋଗୀଙ୍କ ସାମାଜିକ ବାସନ୍ଦ ନିବାରଣ ଆଦି ଉପରେ ବିଶଦ ଆଲୋକପାତ କରିବା ସହ ଅଙ୍ଗନବାଡ଼ି କର୍ମୀମାନେ ସର୍ଭେ ସମୟରେ କିଭଳି ନିଜକୁ ସୁରକ୍ଷିତ ରଖିବେ ସେ ସଂପର୍କରେ ପରାମର୍ଶ ଦେଇଥିଲେ ।

ଗୋଷ୍ଠୀ କ୍ଷେତ୍ରରେ ସଚେତନତା ବୃଦ୍ଧି, ଗାଁ କଲ୍ୟାଣ ସମିତିର ଭୂମିକା, ଗ୍ରାମାଞ୍ଚଳରେ ବିଶୋଧନ, ଆବଦ୍ଧ ଅଞ୍ଚଳ ପରିଚାଳନା, ସାମାଜିକ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ସ୍ଥଗିତ ରଖୁବା ଆଦି ପ୍ରସଙ୍ଗ ଉପରେ ଯୋଗାଯୋଗ ବିଶାରଦମାନେ ପରାମର୍ଶ ଦେଇଥିଲେ ।


ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details