ଓଡିଶା

odisha

ETV Bharat / city

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ନେଇ ବିରୋଧିଙ୍କ ଭିନ୍ନ ଦୃଷ୍ଟିକୋଣ - ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତ

ରାଜ୍ୟରେ କୋଭିଡ ନିୟନ୍ତ୍ରଣ ପରେ ପ୍ରଥମଥର ପାଇଁ ବିଶାଳ ଜନସଭାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ପଶ୍ଚିମ ଓଡିଶାବାସୀଙ୍କ ପାଇଁ ହଜାର ହଜାର କୋଟି ଟଙ୍କାର ବହୁ ଉନ୍ନୟନ ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତ କରୁଥିବା ଆଲୋଚନା ହେଉଛି। ଅଧିକ ପଢ଼ନ୍ତୁ...

chief minister navin pattnaik kalhandi visit has different angle opposition
ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ନେଇ ବିରୋଧିଙ୍କ ଭିନ୍ନ ଦୃଷ୍ଟିକୋଣ

By

Published : Jan 12, 2021, 6:04 AM IST

ଭୁବନେଶ୍ବର: ରାଜ୍ୟରେ କୋଭିଡ ନିୟନ୍ତ୍ରଣ ପରେ ପ୍ରଥମଥର ପାଇଁ ବିଶାଳ ଜନସଭାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ପଶ୍ଚିମ ଓଡିଶାବାସୀଙ୍କ ପାଇଁ ହଜାର ହଜାର କୋଟି ଟଙ୍କାର ବହୁ ଉନ୍ନୟନ ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତ କରୁଥିବା ଆଲୋଚନା ହେଉଛି। ଜାନୁଆରୀ 14 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଏହି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମକୁ ନେଇ ବ୍ୟାପକ ଯୋଜନା ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ନେଇ ବିରୋଧିଙ୍କ ଭିନ୍ନ ଦୃଷ୍ଟିକୋଣ

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ନେଇ ବିଜେପି ପ୍ରଶ୍ନ ଉଠାଉଛି। ସେପଟେ ଲୋକଙ୍କ ପାଇଁ ଉନ୍ନୟନମୂଳକ କାର୍ଯ୍ୟ ହେଲେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସ୍ବାଗତଯୋଗ୍ୟ ବୋଲି କହିଛି କଂଗ୍ରେସ। କୋଭିଡ ସ୍ଥିତି ସୁଧୁରି ଆସୁଥିବା ବେଳେ ବ୍ରେକ ଲାଗିଥିବା ବିକାଶ ରଥ ପୁଣି ଗଡ଼ାଇବାକୁ ଯାଉଛି ଶାସକ ଦଳ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାଉଣ୍ଡକୁ ଯାଇ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ l କଟକ କି ଭୁବନେଶ୍ବରରେ ନୁହେଁ ତାହା ଆରମ୍ଭ ହେବ କଳାହାଣ୍ଡିରୁ।

ଦିନେ ଅନାହାର ମୃତ୍ୟୁର ପରିଚୟ ପାଇଥିବା କଳାହାଣ୍ଡି ଏବେ ନବୀନଙ୍କ ବିକାଶ ନକ୍ସାରେ ଏକ ନମ୍ବରରେ ରହିବ l ଖାସ ଏଥିପାଇଁ କୋଭିଡ ସ୍ଥିତି ପରେ ପରେ ସିଧାସଳଖ ପ୍ରଥମଥର ପାଇଁ କଳାହାଣ୍ଡିରେ ଦିନତମାମ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ 800 କୋଟି ଟଙ୍କାର ଇନ୍ଦ୍ରାବତୀ ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପର ଉଦଘାଟନ କରିବେ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ, କୋକସରା ଏବଂ ଜଯୟପାଟଣା ବ୍ଲକର 91ଟି ଗାଁର ଲୋକେ ଉପକୃତ ହେବେ।

ଏହି ପ୍ରକଳ୍ପକୁ ବାଦ ଦେଲେ ଆଉ ହଜାରେ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ବିକାଶ ମୂଳକ କାର୍ଯ୍ୟର ଶୁଭାରମ୍ଭ ହେବ। ଏହି ବିକାଶମୂଳକ କାର୍ଯ୍ୟ ଶୁଭାରମ୍ଭ ପାଇଁ ବିଜେଡିର 60ରୁ ଅଧିକ ବିଧାୟକ ମନ୍ତ୍ରୀଙ୍କ ସମେତ ଯୁବ ଛାତ୍ର ଏବଂ ମହିଳା ନେତ୍ରୀ ଜିଲ୍ଲାରେ ଉପସ୍ଥିତ ରହିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ମେଗା ସୋ'କୁ ନେଇ ବିରୋଧୀ ବିଜେପି ପ୍ରଶ୍ନ ଉଠାଇଥିବା ବେଳେ କଂଗ୍ରେସ ବିକାଶମୂଳକ କାର୍ଯ୍ୟର ପ୍ରଶଂସା କରିଛି l

ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳରେ କିଭଳି ଅଧିକ ଲୋକ ସାମାଜିକ ଦୂରତା ରଖି ଉପସ୍ଥିତ ରହିବେ ଏବଂ ଦେଖିଲା ଭଳି ସଭା ହେବ ସେ ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀଙ୍କ ସଭାର ସିଧା ପ୍ରସାରଣ ପଞ୍ଚାୟତରେ କିଭଳି ଲୋକମାନେ ଦେଖିପାରିବେ ସେ ନେଇ ଏଲଇଡି ବ୍ୟବସ୍ଥା କରାଯିବ। ବିଜେଡି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ଏହି କାର୍ଯ୍ୟକ୍ରମକୁ ନେଇ ବେଶ ଉତ୍ସାହିତ ରହିଛି। ଏହାସହ ପଶ୍ଚିମ ଓଡ଼ିଶାକୁ ନବୀନଙ୍କ ଫୋକସରେ ରହିଛି ବୋଲି ଆଲୋଚନା ହେଉଛି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details