ଓଡିଶା

odisha

ETV Bharat / city

ଭାରତ-ଗ୍ରେଟ୍ ବ୍ରିଟେନ ହକି ମ୍ୟାଚ ଦେଖିଲେ ନବୀନ: ତାଳିମାରି କଲେ ଉତ୍ସାହିତ

ଟୋକିଓ ଅଲମ୍ପିକ୍ସରେ ଭାରତ ଓ ଗ୍ରେଟ ବ୍ରିଟେନ ମଧ୍ୟରେ ହୋଇଥିବା ହକି ମ୍ୟାଚ ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିଭିରୁ ମ୍ୟାଚ ଦେଖି ଉପଭୋଗ କରିଛନ୍ତି ନବୀନ । ଅଧିକ ପଢ଼ନ୍ତୁ...

ଭାରତ-ଗ୍ରେଟ୍ ବ୍ରିଟେନ ହକି ମ୍ୟାଚ ଦେଖିଲେ ନବୀନ; ତାଳିମାରି କଲେ ଉତ୍ସାହିତ
ଭାରତ-ଗ୍ରେଟ୍ ବ୍ରିଟେନ ହକି ମ୍ୟାଚ ଦେଖିଲେ ନବୀନ; ତାଳିମାରି କଲେ ଉତ୍ସାହିତ

By

Published : Aug 1, 2021, 9:15 PM IST

ଭୁବନେଶ୍ବର:ଟୋକିଓ ଅଲମ୍ପିକ୍ସରେ ଭାରତ ଓ ଗ୍ରେଟ ବ୍ରିଟେନ ମଧ୍ୟରେ ହୋଇଥିବା ହକି ମ୍ୟାଚ ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିଭିରୁ ମ୍ୟାଚ ଦେଖି ଉପଭୋଗ କରିଛନ୍ତି ନବୀନ । ଭାରତ- ଗ୍ରେଟ୍ ବ୍ରିଟେନ ମଧ୍ୟରେ ହୋଇଥିବା ଏହିି ହାଇ ଭୋଲଟେଜ କ୍ୱାର୍ଟର ଫାଇନାଲ ଟକ୍କର ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ନିବାସରେ ନିଜର ବ୍ୟକ୍ତିଗତ ତଥା 5T ସଚିବ ଭି. କେ ପାଣ୍ଡିଆନଙ୍କ ସହିତ ମ୍ୟାଚ ଦେଖିଛନ୍ତି ନବୀନ ପଟ୍ଟନାୟକ ।

ଭାରତ-ଗ୍ରେଟ୍ ବ୍ରିଟେନ ହକି ମ୍ୟାଚ ଦେଖିଲେ ନବୀନ; ତାଳିମାରି କଲେ ଉତ୍ସାହିତ

ଭାରତ- ଗ୍ରେଟ୍ ବ୍ରିଟେନ କ୍ବାର୍ଟର ଫାଇନାଲ ହକି ମ୍ୟାଚ ଦେଖିବା ସହ ଭାରତକୁ ଚିୟରଅପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମ୍ୟାଚ ଉପଭୋଗ କରିବା ସହ, ପ୍ରତ୍ୟେକ ଗୋଲ ପରେ ତାଳି ମାରି ଦଳକୁ ଉତ୍ସାହିତ ମଧ୍ୟ କରିଛନ୍ତି । ମ୍ୟାଚରେ ଭାରତ ବିଜୟୀ ହେବାପରେ ଛିଡା ହୋଇ ତାଳିମାରି ଶୁଭେଚ୍ଛା ଜଣାଇଛନ୍ତି ନବୀନ । 41 ବର୍ଷ ପରେ ଭାରତୀୟ ଦଳ ଅଲମ୍ପିକର ସେମିଫାଇନାଲରେ ପ୍ରବେଶ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ସେମିଫାଇନାଲ ମ୍ୟାଚରେ ବିଜୟ ହୋଇ ପଦକ ହାସଲ କରିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିର ଜଣେ ବଡ଼ ପ୍ରଶଂସକ । ସେ ଏହି ଖେଳକୁ ବହୁ ମାତ୍ରାରେ ଭଲ ପାଆନ୍ତି, ଏଥିପାଇଁ ରାଜ୍ୟରେ ହକିର ବିକାଶର ଦିଗରେ ସେ ଅଧିକ ଗୁରୁ୍ତ୍ବ ଦେଇଛନ୍ତି । 2018ରେ ଯେତେବେଳେ ଅନ୍ୟ ଦେଶ ହକି ବିଶ୍ୱକପ ଆୟୋଜନ ପଛ ଘୁଞ୍ଚା ଦେଇଥିଲେ, ସେତେବେଳେ ଆଗକୁ ଆସିଥିଲେ ନବୀନ । ବିଶ୍ଵକପ ହକିର ସଫଳ ଆୟୋଜନ କରି ସାରା ବିଶ୍ୱକୁ ଜଣେଇଥିଲେ, ଆମେ ବି କାହାଠୁ କମ ନୁହଁ । ଏହି ମେଗା ଇଭେଣ୍ଟ ଆୟୋଜନ କରି ବିଶ୍ୱ ମାନଚିତ୍ରରେ ଓଡ଼ିଶାର ଛବି ଚମକେଇବାରେ ସଫଳ ହୋଇଛନ୍ତି ନବୀନ । ଖାଲି ସେତିକି ନୁହେଁ ହକି ବିଶ୍ୱକପର ଆଗାମୀ ସଂସ୍କରଣ ମଧ୍ୟ ରାଜ୍ୟରେ ଆୟୋଜନ କରିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ହକି ବିଶ୍ବକପର ଆଗାମୀ ସଂସ୍କରଣ ଭୁବନେଶ୍ୱର ସହିତ ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଆୟୋଜନ ହେବ । ଏନେଇ ସୁନ୍ଦରଗଡ଼ରେ ଏକ ବିଶ୍ବସ୍ତରୀୟ ହକି ଷ୍ଟାଡିୟମରେ ନିର୍ମାଣ ଜୋରସୋରରେ ଚାଲିଛି । କୋଭିଡ ମହାମାରୀ ସ୍ବତ୍ତ୍ବେ ଷ୍ଟାଡିୟମ ନିର୍ମାଣରେ କୌଣସି ଅବହେଳା ହୋଇନାହିଁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଶ୍ୱକପ ହକି ପ୍ରସ୍ତୁତିର ନେତୃତ୍ୱ ନେଉଛନ୍ତି ଭି. କେ ପାଣ୍ଡିଆନ । ନିର୍ମାଣ କାର୍ଯ୍ୟର ରୀତିମତ ସମୀକ୍ଷା କରୁଛନ୍ତି ପାଣ୍ଡିଆନ । ରାଜଧାନୀ ଭୁବନେଶ୍ୱରକୁ ସ୍ପୋର୍ଟସ କ୍ୟାପିଟାଲ କରିବା ସହ ପ୍ରତି ବ୍ଳକରେ ଷ୍ଟାଡିୟମ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ନବୀନ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details