ଓଡିଶା

odisha

ETV Bharat / city

ମୟୂରଭଞ୍ଜ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ରାଶି ଘୋଷଣା

ମୟୂରଭଞ୍ଜ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଆଦିବାସୀ ନୃତ୍ୟ ପରିବେଷଣ ସାରି ଫେରୁଥିବାବେଳେ ବୁଧବାର ଭାରସାମ୍ୟ ହରାଇ ଓଲଟି ପଡିଥିଲା ଟ୍ରାକ୍ଟର । ଅଧିକ ପଢନ୍ତୁ...

ମୟୂରଭଞ୍ଜ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ରାଶି ଘୋଷଣା
ମୟୂରଭଞ୍ଜ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ରାଶି ଘୋଷଣା

By

Published : Feb 19, 2021, 1:43 PM IST

ଭୁବନେଶ୍ବର: ମୟୂରଭଞ୍ଜ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁକମ୍ପା ଘୋଷଣା । ଘଟଣାରେ ନବୀନ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ସହାୟତା ଦେଇଛନ୍ତି ।

ଗତ ବୁଧବାର ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ମୁରୁଣିଆ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ 5 ଜଣଙ୍କ ମୃତ୍ୟୁ ହୋଇଥିଲା ।ଏଥିରୁ 20 ରୁ ଅଧିକ ଜଣ ଗୁରୁତର ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ 4 ଜଣ ଓଡିଶାର ହୋଇଥିବାବେଳେ ଜଣେ ଝାଡଖଣ୍ଡର ରହିଥିଲେ ।

ସୂଚନା ଅନୁଯାୟୀ ଡ଼ମଣ ସାହିରୁ ଆଦିବାସୀ ନୃତ୍ୟ ପରିବେଷଣ ସାରି ଏକ ଟ୍ରାକ୍ଟର ଲୋକଙ୍କୁ ନେଇ ଘରକୁ ଫେରୁଥିଲା । ଏହି ସମୟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସିପଡିଥିଲା । ସ୍ଥାନୀୟ ଲୋକ ଏନେଇ ଖବର ଦେବାପରେ ଝାରପୋଖରିଆ ପୋଲିସ, ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଏବଂ ମୃତକଙ୍କୁ ଉଦ୍ଧାର କରିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details