ଓଡିଶା

odisha

ETV Bharat / city

ଆଜି ସୁନ୍ଦରଗଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ - Naveen Pattanaik

ସୁନ୍ଦରଗଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ

By

Published : Feb 16, 2021, 7:02 AM IST

ଭୁବନେଶ୍ବର: ଆଜି ସୁନ୍ଦରଗଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇସ୍ପାତ ନଗରୀରେ ଦେଶର ସର୍ବବୃହତ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ରଖିବେ । ଏହି ଷ୍ଟାଡିୟମରେ 20 ହଜାର ଦର୍ଶକ ଖେଳ ଦେଖିପାରିବେ ।

ସେହିପରି ମୁଖ୍ୟମନ୍ତ୍ରୀ 4915 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ବିପିୟୁଟି ପରିସରରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଏସବୁ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଦିନ 10ଟା 20ରେ ଭୁବନେଶ୍ବର ବିମାନବନ୍ଦରରୁ ବାହାରି ରାଉରକେଲାରେ 11.20 ମିନିଟରେ ପହଞ୍ଚି ବିପିୟୁଟି ପରିସରରେ 11ଟା 30ରେ ପହଞ୍ଚିବେ ।

ସେଠାରେ ସୁନ୍ଦରଗଡର ସମସ୍ତ ବ୍ଲକର ରାସ୍ତାର ଉନ୍ନତିକରଣ ପାଇଁ 976.88 କୋଟି, ଶିକ୍ଷାର ଉନ୍ନତି ପାଇଁ 314 କୋଟି, ରାଉରକେଲାରେ ନୂତନ ହକି ଷ୍ଟାଡିୟମ ନିର୍ମାଣ ପାଇଁ 120 କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ଜନସାଧାରଣଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ ଯେପରି ସମସ୍ତ ବ୍ଲକ ଓ ପଞ୍ଚାୟତବାସୀ ଦେଖିପାରିବେ ସେନେଇ ଏଲଇଡିର ବ୍ୟବସ୍ଥା କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡିର ଅନେକ ମନ୍ତ୍ରୀ ଓ ବିଧାୟକ ସୁନ୍ଦରଗଡ ଗସ୍ତରେ ରହିଛନ୍ତି । ତେବେ ଏହି ସମୟରେ 17ଟି ବ୍ଲକରେ 17 ଜଣ ମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ଜଣାପଡିଛି । କାର୍ଯ୍ୟକ୍ରମ ସରିବା ପରେ ରାଉରକେଲା ବିମାନଘାଟିରୁ 12ଟା 35ରେ ଭୁବନେଶ୍ବର ଅଭିମୁଖେ ମୁଖ୍ୟମନ୍ତ୍ରୀ ଯାତ୍ରା କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details