ଓଡିଶା

odisha

ETV Bharat / city

ଆସୁଛି 'ଫନୀ', ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ - secretariat

ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ 'ଫନୀ' ବାତ୍ୟାକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ଗାଡିରେ ସଚିବାଳୟରେ ପହଞ୍ଚିଛନ୍ତି ଓ କନଫେରନସ ହଲରେ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିଛନ୍ତି ।

ଫଟୋ ସୌଜନ୍ୟ: @Naveenpatnaik

By

Published : Apr 29, 2019, 8:04 PM IST

ଭୁବନେଶ୍ବର: ଦୀର୍ଘ ଦେଢମାସ ପରେ ସଚିବାଳୟରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପର ଠାରୁ ସଚିବାଳୟ ଆସି ନଥିଲେ ମୁଖ୍ୟମନ୍ତ୍ରୀ । ଅନ୍ୟପକ୍ଷେ ଆଜି (ସୋମବାର) ସନ୍ଧ୍ୟାରେ ସେ ସମ୍ଭାବ୍ୟ 'ଫନୀ' ବାତ୍ୟାକୁ ଦୃଷ୍ଟିରେ ରଖି ନିଜ ବ୍ୟକ୍ତିଗତ ଗାଡିରେ ସଚିବାଳୟରେ ପହଞ୍ଚିଛନ୍ତି ଓ କନଫେରନସ ହଲରରେ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିଛନ୍ତି ।



ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲଫ କମିଶନରଙ୍କ ସହ ଏ ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ସମ୍ଭାବ୍ୟ 'ଫନୀ' ବାତ୍ୟା ସମ୍ପର୍କରେ କିଭଳି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଆଲୋଚନା କରିବା ସହ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସମୀକ୍ଷା ପରେ ତୁରନ୍ତ ସଚିବାଳୟରୁ ବାହାରି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ତାପସ କୁୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details