ଭୁବନେଶ୍ବର: ୬୦,୦୦୦ SC& ST ଛାତ୍ର ଛାତ୍ରୀଙ୍କୁ ତିନି ମାସ ପାଇଁ ଏକକାଳୀନ ପ୍ରାକ ମାଟ୍ରିକ ଛାତ୍ରବୃତ୍ତି ଦିଆଯାଇଛି । ଝିଅଙ୍କ ପାଇଁ ୨୪୦୦ ଟଙ୍କା ଓ ପୁଅଙ୍କ ପାଇଁ ୨୨୫୦ ଟଙ୍କା ଦିଆଯାଇଛି । ୫ ଲକ୍ଷରୁ ଅଧିକ ଛାତ୍ର ଛାତ୍ରୀ ଏହି ସୁବିଧା ପାଇବେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ଯୋଗୁଁ ପିଲାମାନେ ଗତ ଏକ ବର୍ଷରୁ ଅଧିକ ସମୟ ହେଲା ହଷ୍ଟେଲ ଛାଡି ଘରେ ଅଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, “ ମୁଁ ଆଶା କରୁଛି ତୁମେ ମାନେ ଘରେ ମଧ୍ୟ ନିଜ ପାଠ ପ୍ରତି ଧ୍ୟାନ ଦେବ । ମୁଁ ଚାହେଁ ତୁମେ ମାନେ ଭଲ ପାଠ ପଢ । ବଡ ମଣିଷ ହୁଅ । ତୁମ ପରିବାର, ତୁମ ଗାଁ, ତୁମ ସମାଜକୁ ବିକାଶ ସହ ଯୋଡି ପରିବର୍ତ୍ତନର ସାରଥି ହୁଅ ।’’
ବୁଧବାର ମଧ୍ୟ 60 ହଜାର SC& ST ଛାତ୍ର ଛାତ୍ରୀଙ୍କୁ ଏପ୍ରିଲ, ମେ ଓ ଜୁନ ଏ ତିନି ମାସ ପାଇଁ ଏକକାଳୀନ ପ୍ରାକ ମାଟ୍ରିକ ଛାତ୍ରବୃତ୍ତି ଦିଆଯାଇଛି । ଏହା ପିଲାଙ୍କ ବାପା ମା’ଙ୍କ ବ୍ୟାଙ୍କ ଖାତାରେ ଜମା ହେଲା । ଝିଅ ମାନଙ୍କ ପାଇଁ ୨୪୦୦ ଟଙ୍କା ଓ ପୁଅ ମାନଙ୍କ ପାଇଁ ୨୨୫୦ ଟଙ୍କା ଦିଆଯାଇଛି । ସମୁଦାୟ ୫ ଲକ୍ଷରୁ ଅଧିକ ଛାତ୍ର ଛାତ୍ରୀ ଏହି ସୁବିଧା ପାଇବେ । ସୂଚନାଯୋଗ୍ୟ ଯେ ଗତବର୍ଷ ମଧ୍ୟ କୋଭିଡ ଯୋଗୁଁ ଆଗୁଆ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି ।ସେହିପରି ଛାତ୍ରବୃତ୍ତି ପାଇଥିବା ସମ୍ବଲପୁରର ଜ୍ୟୋତି ସିଂ, ବିଦୁସ୍ମିତା ମୁଣ୍ଡା ଓ ମୟୂରଭଞ୍ଜର ସୋନାଲି ସୋରେନ ଓ ପାର୍ବତୀ ସୋରେନ ପ୍ରମୁଖ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।