ଓଡିଶା

odisha

ETV Bharat / city

କ୍ୟାନ୍ସର ହସ୍ପିଟାଲ ଓ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟରର ଶିଳାନ୍ୟାସ କଲେ ନବୀନ

ରାଜ୍ୟ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ଏକ ଐତିହାସିକ ଦିନ । କ୍ୟାନ୍ସର ହସ୍ପିଟାଲ ଓ କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟର ନିର୍ମାଣ ଲାଗି ସୋମବାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

By

Published : Jul 12, 2021, 3:29 PM IST

କ୍ୟାନ୍ସର ହସ୍ପିଟାଲ ଓ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ନିର୍ମାଣ ଲାଗି ଭିର୍ତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
କ୍ୟାନ୍ସର ହସ୍ପିଟାଲ ଓ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ନିର୍ମାଣ ଲାଗି ଭିର୍ତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ଏକ ଐତିହାସିକ ଦିନ । କ୍ୟାନ୍ସର ହସ୍ପିଟାଲ ଓ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ନିର୍ମାଣ ଲାଗି ସୋମବାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା 2024 ସୁଦ୍ଧା ରାଜ୍ୟବାସୀ ଏଥିରୁ ସୁବିଧା ପାଇବେ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଇନଫୋସିସ 2ରେ ଏହି ଦୁଇଟି କେନ୍ଦ୍ର ପ୍ରତିଷ୍ଠା ହେବ । ରାଜ୍ୟ ସରକାର ଏନେଇ ବିନା ମୂଲ୍ୟରେ ଯାଗା ଯୋଗାଇ ଦେଇଛନ୍ତି । ଏନେଇ ଏପ୍ରିଲ ମାସରେ ରାଜ୍ୟ ସରକାର ଏବଂ ଶଙ୍କର କ୍ୟାନସର ଇନ୍‌ଷ୍ଟିଚ୍ୟୁଟ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ଏବଂ ସୁସ୍ମିତା ବାଗଚୀ ଫାଉଣ୍ଡେସନ ମଧ୍ୟରେ ଦୁଇଟି ବୁଝାମଣା ପତ୍ର ସ୍ଵାକ୍ଷର ହୋଇଥିଲା ।

କ୍ୟାନ୍ସର ହସ୍ପିଟାଲ ଓ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ନିର୍ମାଣ ଲାଗି ଭିର୍ତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ବଢ଼ୁଥିବା କ୍ୟାନ୍ସର ଚିକିତ୍ସା ଲାଗି ଆବଶ୍ୟକ ଥିଲା ଏକ ଅତ୍ୟାଧୁନିକ ହସ୍ପିଟାଲ । ଯେଉଁଠାରେ କ୍ୟାନ୍ସର ପରି ବ୍ୟୟବହୁଳ ଚିକିତ୍ସା ସ୍ବଳ୍ପ ଟଙ୍କାରେ ଉପଲବ୍ଧ ହୋଇପାରିବ । ଆମ ରାଜ୍ୟର ସ୍ବାସ୍ଥ୍ୟସେବା ବିକାଶରେ ଏକ ଐତିହାସିକ ମୁହୂର୍ତ୍ତ ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଛନ୍ତି । 2014 ସୁଦ୍ଧା ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ । ପ୍ରାଥମିକ ପର୍ଯ୍ୟାୟରେ 250 ଶଯ୍ୟାରେ ରୋଗୀଙ୍କୁ ଚିକିତ୍ସା ସେବା ମିଳିବ । ପରେ ଏହା 5ଶହ ଶଯ୍ୟାକୁ ସମ୍ପ୍ରସାରିତ କରାଯିବ ।

ଏହି କ୍ୟାନ୍ସର ହସ୍ପିଟାଲ ନିର୍ମାଣ ହେବା ପରେ ରାଜ୍ୟରେ ହଜାର ହଜାର ସଂଖ୍ୟାରେ କ୍ୟାନ୍ସର ରୋଗୀ ଉପକୃତ ହେବେ ବୋଲି ସରକାର ଆଶା ରଖିଛନ୍ତି । ଏହା ହେବ ଦେଶର ଅନ୍ୟତମ ବୃହତ୍ତମ ଅଙ୍କୋଲୋଜି କେନ୍ଦ୍ର ପ୍ରତିଷ୍ଠାନ । ସୁସ୍ମିତା ବାଗଚି ଏବଂ ସୁବ୍ରତ ବାଗଚିଙ୍କର 340 କୋଟି ଟଙ୍କାର ଅବଦାନ ରହିବ । ସୋମବାର କାର୍ଯ୍ୟକ୍ରମରେ ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ଏବଂ ଅନୁସନ୍ଧାନ କେନ୍ଦ୍ରର ପ୍ରତିଷ୍ଠାତା ଶ୍ରୀନାଥ ବିଏସ, କରୁଣାଶ୍ରୀର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ କିଶୋର ଏସ୍ ରାଓ, ସ୍ବାସ୍ଥ୍ୟ ସଚିବ ପି.କେ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ୍, ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details