ଭୁବନେଶ୍ବର: ଓଡି଼ଆ ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି(ବୁଧବାର) 47ଟି ନୂତନ ଉନ୍ନତ ଜୀବନ ସହାୟତା ଆମ୍ବୁଲାନ୍ସକୁ ଓଡ଼ିଶାବାସୀଙ୍କୁ ଭର୍ଚୁଆଲ ମୋଡରେ ଭେଟି ଦେଇଛନ୍ତି । ରୋଗୀଙ୍କ ପରିବହନ ପାଇଁ ଉନ୍ନତ ଜୀବନ ସହାୟତା ବ୍ୟବସ୍ଥା ଥିବା ଏହି ଆମ୍ବୁଲାନ୍ସ ଚାହିଦା ପୂରଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି । କୋଭିଡର ଦ୍ୱିତୀୟ ଲହରକୁ ପ୍ରତିରୋଧ କରିବା ଲାଗି ଜରୁରୀକାଳୀନ ରୋଗୀ ପରିବହନକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ସରକାର 47ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ଲୋକାର୍ପଣ ହୋଇଛି । ଏହି ଆମ୍ବୁଲାନ୍ସଗୁଡିକ ଏମପି-ଲାଡ଼, ସିଏସଆର, ଡିଏମଏଫ ଏବଂ OMBADC ଅର୍ଥରୁ ବ୍ୟବସ୍ଥା କରାଯାଇଛି ।
ନବବର୍ଷରେ 47 ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କଲେ ନବୀନ - ନୂଆବର୍ଷରେ ଆମ୍ବୁଲାନ୍ସ ସେବା
ଓଡି଼ଆ ନୂଆବର୍ଷ ଅବସରରେ ରାଜ୍ୟ ସରକାର 47ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ରାଜ୍ୟବାସୀଙ୍କୁ ଭେଟି ଦେଇଛନ୍ତି । 19ଟି ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ଜରୁରୀକାଳୀନ ରୋଗୀ ପରିବହନ କରିବ । ଅଧିକ ପଢନ୍ତୁ...
ନବବର୍ଷରେ 47 ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କଲେ ନବୀନ
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ