ଓଡିଶା

odisha

କଳିଙ୍ଗ ଷ୍ଟାଡିୟମରେ ୪ ଓଡିଆ ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

By

Published : Aug 11, 2021, 1:45 PM IST

Updated : Aug 12, 2021, 6:12 AM IST

ଜନ୍ମ ମାଟିରେ ପହଞ୍ଚିବା ପରେ ହକି ହିରୋଙ୍କୁ ସମ୍ବର୍ଦ୍ଧନା । ଅଲମ୍ପିକ୍ସରେ ଦମଦାର ପ୍ରଦର୍ଶନ କରିଥିବା ଉଭୟ ମହିଳା ଓ ପୁରୁଷ ହକି ଟିମର ୪ ଖେଳାଳି ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ, ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଆଜି (ବୁଧବାର) କଳିଙ୍ଗ ଷ୍ଟାଡିୟମରେ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

କଳିଙ୍କ ଷ୍ଟାଡିୟମରେ ୪ ଓଡିଆ ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
କଳିଙ୍କ ଷ୍ଟାଡିୟମରେ ୪ ଓଡିଆ ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ବର: ଟୋକିଓ ଅଲମ୍ପିକ୍ସରେ ଦମଦାର ପ୍ରଦର୍ଶନ ପରେ ଓଡିଆ ହକି ହିରୋଙ୍କୁ ସମ୍ବର୍ଦ୍ଧନା । ଉଭୟ ମହିଳା ଓ ପୁରୁଷ ହକି ଟିମର ୪ ଖେଳାଳି ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ, ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଆଜି(ବୁଧବାର) କଳିଙ୍ଗ ଷ୍ଟାଡିୟମରେ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଟୋକିଓ ଅଲମ୍ପିକ୍ସରେ ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଭୟଙ୍କୁ ୨.୫ କୋଟି ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି ଓ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍‌ ପୋଲିସ ନିଯୁକ୍ତି ପ୍ରଦାନ କରିଛନ୍ତି । ଅଲମ୍ପିକ୍ସରେ ଜର୍ମାନୀକୁ ହରାଇ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତୀୟ ପୁରୁଷ ହକି ଦଳ ।

କଳିଙ୍କ ଷ୍ଟାଡିୟମରେ ୪ ଓଡିଆ ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଏହା ସହିତ ମହିଳା ହକି ଦଳର ଦୁଇ ଖେଳାଳି ଦୀପଗ୍ରେସ ଏକ୍କା, ନମିତା ଟପ୍ପୋଙ୍କୁ ୫୦ ଲକ୍ଷ ଲେଖାଏଁ ପୁରସ୍କାର ରାଶି ମିଳିଛି । ମହିଳା ହକି ଟିମ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ପ୍ରଥମ ଥର ପାଇଁ ସେମି ଫାଇନାଲରେ ପହଞ୍ଚି ଇତିହାସ ସୃଷ୍ଟି କରିଥିଲା । ସମସ୍ତ ୪ ହକି ଖେଳାଳିଙ୍କୁ ପ୍ରଶଂସା କରି ଅଧିକରୁ ଅଧିକ ପରିଶ୍ରମ କରିବା ସହିତ ଦେଶକୁ ଗୌରବାନ୍ବିତ କରିବାରୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହିତ ଭବିଷ୍ୟତରେ ଦରକାର ପଡିଲେ ସେମାନଙ୍କୁ ସମସ୍ତ ପ୍ରକାର ସମର୍ଥନ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କଳିଙ୍କ ଷ୍ଟାଡିୟମରେ ୪ ଓଡିଆ ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ବିଶ୍ବସ୍ତରରେ ହକି ହବ ହୋଇଛି କଳିଙ୍ଗ ଷ୍ଟାଡିୟମ । ପୁରୁଷ ହକି ବିଶ୍ବକପର ପରବର୍ତ୍ତୀ ସଂସ୍କରଣ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି । ଖେଳାଳିମାନେ ନିଜ ଘରକୁ ଫେରି ଥିବାରୁ ଉତ୍ସାହିତ ଥିଲେ । ଭାରତୀୟ ହକିକୁ ସମର୍ଥନ କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି । ସେମାନଙ୍କ ପ୍ରରିଶ୍ରମ ଯାହା ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ଫଳାଫଳ ଆଣିଛି। ନିଜ ମାଟିରେ ପହଞ୍ଚିବା ପରେ ଅର୍ଥ ରାଶି ପୁରସ୍କାର ଏବଂ ନିଯୁକ୍ତି ପ୍ରଦାନ କରି ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିଥିବା ନେଇ ସେମାନେ ଖୁସି ବ୍ୟକ୍ତ କରିଛନ୍ତି ।

କଳିଙ୍କ ଷ୍ଟାଡିୟମରେ ୪ ଓଡିଆ ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ପୁରୁଷ ଦଳର ଉପ-ଅଧିନାୟକ ବୀରେନ୍ଦ୍ର ଲାକ୍ରା ଦଳର ସମସ୍ତ ସଦସ୍ୟଙ୍କ ଦସ୍ତଖତ ସହିତ ଟିମ୍ ଜର୍ସି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ସେହିପରି ମହିଳା ଦଳର ଉପ-ଉପଅଧିନାୟକ ଦୀପ୍ ଗ୍ରେସ୍ ଏକ୍କା ଦଳର ସମସ୍ତ ସଦସ୍ୟଙ୍କ ଦସ୍ତଖତ ଥିବା ଟିମ୍ ଜର୍ସି ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି । କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଶା ହକି ପ୍ରୋତ୍ସାହନ ପରିଷଦ ଅଧ୍ୟକ୍ଷ ଦିଲୀପ ତିର୍କୀ, ୫-T ସଚିବ ଭିକେ ପାଣ୍ଡିଆନ ପ୍ରମୁଖ ଏହା ସମାରୋହରେ ଉପସ୍ଥିତ ଥିଲେ ।

କଳିଙ୍କ ଷ୍ଟାଡିୟମରେ ୪ ଓଡିଆ ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Aug 12, 2021, 6:12 AM IST

ABOUT THE AUTHOR

...view details