ଓଡିଶା

odisha

ETV Bharat / city

ଓଡ଼ିଆ ଚିତ୍ରଶିଳ୍ପୀ ସ୍ବିଡେନର କଳା ବିଭାଗ ପରାମର୍ଶଦାତା ନିଯୁକ୍ତ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସ୍ବିଡେନ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ ହୋ‌ଇଥିବା ଓଡ଼ିଆ ଚିତ୍ରଶିଳ୍ପୀ ପିକେ ମହାନନ୍ଦିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟରରେ ଉଲ୍ଲେଖ କରାଯାଇଛି । ଅଧିକ ପଢନ୍ତୁ...

ଓଡ଼ିଆ ଚିତ୍ରଶିଳ୍ପୀ ସ୍ବିଡେନର କଳା ବିଭାଗ ପରାମର୍ଶଦାତା ନିଯୁକ୍ତ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ଚିତ୍ରଶିଳ୍ପୀ ସ୍ବିଡେନର କଳା ବିଭାଗ ପରାମର୍ଶଦାତା ନିଯୁକ୍ତ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

By

Published : Jul 26, 2020, 6:27 PM IST

ଭୁବନେଶ୍ବର: ସ୍ବିଡେନ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ ହୋ‌ଇଥିବା ଓଡ଼ିଆ ଚିତ୍ରଶିଳ୍ପୀ ପିକେ ମହାନନ୍ଦିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟରରେ ଉଲ୍ଲେଖ କରାଯାଇଛି ।

ଓଡ଼ିଆ ଚିତ୍ରଶିଳ୍ପୀ ସ୍ବିଡେନର କଳା ବିଭାଗ ପରାମର୍ଶଦାତା ନିଯୁକ୍ତ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟରରେ ଲେଖାଯାଇଛି, ‘ସ୍ବିଡେନ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ ହୋ‌ଇଥିବା ଓଡ଼ିଆ ଚିତ୍ରଶିଳ୍ପୀ ପିକେ ମହାନନ୍ଦିଆଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ତାଙ୍କ ସଫଳତା ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛି। ଆଗାମୀ ଦିନରେ ସେ ଆହୁରି ଖ୍ୟାତି ଅର୍ଜନ କରନ୍ତୁ।’

ଓଡ଼ିଆ ଚିତ୍ରଶିଳ୍ପୀ ସ୍ବିଡେନର କଳା ବିଭାଗ ପରାମର୍ଶଦାତା ନିଯୁକ୍ତ

ସୂଚନାଯୋଗ୍ୟ, ସ୍ବିଡେନରେ ବାସ କରୁଥିବା ଓଡ଼ିଆ ଚିତ୍ରଶିଳ୍ପୀ ପିକେ ମହାନନ୍ଦିଆ, ଅନୁଗୁଳ ଜିଲ୍ଲା କନ୍ଧପଡ଼ାରେ ଜନ୍ମ ଗ୍ରହଣ କରିଥିଲେ । ପିଲାବେଳୁ ପାଠପଢା ସହିତ ଚିତ୍ରକଳା ପ୍ରତି ତାଙ୍କର ଦୁର୍ବଳତା ରହିଥିଲା । ସେ ପିଲାବେଳେ ବୈଷମ୍ୟତାର ଶିକାର ହୋଇଥିଲେ ମଧ୍ୟ ନିଜ ଲକ୍ଷ୍ୟପଥରୁ ଓହରିନଥିଲେ । ସେ ୧୯୭୧ ମସିହାରେ ଦିଲ୍ଲୀର ଏକ ଆର୍ଟ କଲେଜରେ ପାଠ ପଢିଥିଲେ । ଏହାପରେ ସେ ଆଉ ପଛକୁ ଫେରିନାହାନ୍ତି । ତାଙ୍କର କଳାପ୍ରତି ଦୁର୍ବଳତା ତାଙ୍କୁ ବେଶ ପ୍ରସିଦ୍ଧି ଆଣି ଦେଇଛି ।

ଓଡ଼ିଆ ଚିତ୍ରଶିଳ୍ପୀ ସ୍ବିଡେନର କଳା ବିଭାଗ ପରାମର୍ଶଦାତା ନିଯୁକ୍ତ

ଏକଦା ଦିଲ୍ଲୀରେ ସ୍ବିଡେନର ଚାରଲୋଟ ଭୋନ୍ଙ୍କ ସହ ମହାନନ୍ଦିଆଙ୍କ ଭେଟ ହୋଇଥିଲା । ତାଙ୍କ ଚିତ୍ରକଳାରେ ମୁଗ୍ଧ ହୋଇ ଚାରଲୋଟ ତାଙ୍କ ପ୍ରେମରେ ପଡିଥିଲେ ଓ ଶେଷରେ ବିବାହ କରିଥିଲେ । ବିବାହ ପରେ ଚାରଲୋଟ ସ୍ଵିଡେନ ଫେରି ଯାଇଥିଲେ। ହେଲେ 1977 ମସିହାରେ ମହାନନ୍ଦିଆ ନିଜର ସବୁକିଛି ବିକ୍ରି କରି ଏକ ସାଇକେଲ କିଣିଥିଲେ । ସେହି ସାଇକେଲରେ ସେ ସ୍ବିଡେନ ଯାତ୍ରା କରିଥିଲେ । ଦୀର୍ଘ 5 ମାସର ସାଇକେଲ ଯାତ୍ରା ପରେ ସେ ସ୍ବିଡେନରେ ନିଜ ପତ୍ନୀଙ୍କ ପାଖରେ ପହଞ୍ଚିଥିଲେ । ଏହାପରେ ସେଠାରେ ସ୍ବିଡେନର ନାଗରିକତ୍ବ ଗ୍ରହଣ କରି ବସବାସ କରିଥିଲେ । ପ୍ରେମ ପାଇଁ ତାଙ୍କ ଉଦ୍ୟମଙ୍କୁ ବିଶେଷ ପ୍ରଶଂସା କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details