ଓଡିଶା

odisha

By

Published : Apr 12, 2021, 1:12 PM IST

ETV Bharat / city

ଅଜିତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ବାସ୍ଥ୍ୟଅବସ୍ଥା କଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ । ଆଜି ଅଜିତଙ୍କ ସ୍ବାସ୍ଥ୍ୟଅବସ୍ଥା ବାବଦରେ ତାଙ୍କ ଭାଇଙ୍କ ସହିତ ଫୋନରେ କଥା ହୋଇଛନ୍ତି ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ଅଜିତ ସ୍ବାସ୍ଥ୍ୟବସ୍ଥା ନେଇ ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ
ଅଜିତ ସ୍ବାସ୍ଥ୍ୟବସ୍ଥା ନେଇ ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ପିପିଲି ବିଧାନସଭା ଉପନିର୍ବାଚନରେ ଠିଆ ହୋଇଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ବାସ୍ଥ୍ୟଅବସ୍ଥା କଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ । ଆଜି(ସୋମବାର) ଅଜିତଙ୍କ ସ୍ବାସ୍ଥ୍ୟଅବସ୍ଥା ବାବଦରେ ତାଙ୍କ ଭାଇଙ୍କ ସହିତ ଫୋନରେ କଥା ହୋଇଛନ୍ତି ନବୀନ ପଟ୍ଟନାୟକ ।

ଅଜିତଙ୍କ ଅବସ୍ଥା ବାବଦରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ଅଜିତଙ୍କ ଶୀଘ୍ର ସୁସ୍ଥ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଶ୍ବାସକ୍ରିୟାରେ ସମସ୍ୟା ହେବାରୁ ଅଜିତଙ୍କୁ ଗୁରୁତର ଅବସ୍ଥାରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହାସହ ଅଜିତଙ୍କ କୋରୋନା ଟେଷ୍ଟ ରିପୋର୍ଟ ପଜେଟିଭି ଆସିଛି । ସେ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଅଜିତଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ କୋଭିଡ଼ ଆକ୍ରାନ୍ତ ହୋଇଛନ୍ତି । ଅସୁସ୍ଥତା କାରଣରୁ ପ୍ରଚାର ପ୍ରକ୍ରିୟାରୁ ବାହାରେ ଅଛନ୍ତି ଅଜିତ । କିଛିଦିନ ପୂର୍ବରୁ ପ୍ରଚାର ସମୟରେ ହଠାତ ଅସୁସ୍ଥ ହୋଇପଡିଥିଲେ ଅଜିତ । ତାଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details