ଓଡିଶା

odisha

ETV Bharat / city

ଓଡ଼ିଶାକୁ ସହଯୋଗ କରୁନି ଛତିଶଗଡ଼, ବସୁନି ବନ୍ୟା ନିୟନ୍ତ୍ରଣ ବୈଠକ

ରାଜ୍ୟରେ ବନ୍ୟାସ୍ଥିତି ପାଇଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଦାୟୀ(flood in Odisha) । ଜଳ ପରିଚାଳନା ନେଇ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ବୈଠକ ହେଉନି । ଓଡ଼ିଶା ନିଜ ଆଡୁ ବୈଠକ ଡାକୁଥିଲେ ବି ଛତିଶଗଡ଼ ସହଯୋଗ କରୁନି । ଅଧିକ ପଢ଼ନ୍ତୁ

ଓଡ଼ିଶାକୁ ସହଯୋଗ କରୁନି ଛତିଶଗଡ଼, ବସୁନି ବନ୍ୟା ନିୟନ୍ତ୍ରଣ ବୈଠକ
ଓଡ଼ିଶାକୁ ସହଯୋଗ କରୁନି ଛତିଶଗଡ଼, ବସୁନି ବନ୍ୟା ନିୟନ୍ତ୍ରଣ ବୈଠକ

By

Published : Aug 16, 2022, 9:15 PM IST

ଭୁବନେଶ୍ବର: ରାଜ୍ୟରେ ଉଚ୍ଚ ଓ ମଧ୍ୟମ ଧରଣର ବନ୍ୟା (flood in Odisha) ସ୍ଥିତି ରହିଛି । ବନ୍ୟା ନିୟନ୍ତ୍ରଣ ପାଇଁ ପ୍ରଶାସନ ଅନେକ ପଦକ୍ଷେପ ନେଉଛି । ତେବେ କେଉଁଠି ନା କେଉଁଠି ରାଜ୍ୟରେ ଏହି ବନ୍ୟାସ୍ଥିତି ପାଇଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଦାୟୀ । ବନ୍ୟା ନିୟନ୍ତଣ ପାଇଁ ଓଡ଼ିଶାକୁ ଛତିଶଗଡ଼ ସହଯୋଗ କରୁନଥିବା କଥା କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।

ଓଡ଼ିଶାକୁ ସହଯୋଗ କରୁନି ଛତିଶଗଡ଼, ବସୁନି ବନ୍ୟା ନିୟନ୍ତ୍ରଣ ବୈଠକ

ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି, "ଜଳ ପରିଚାଳନା ନେଇ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ବୈଠକ ହେଉନି । 2 ବର୍ଷ ହେଲା ବସିନି ବନ୍ୟା ନିୟନ୍ତ୍ରଣ ବୈଠକ । ବୈଠକ ନେଇ ଛତିଶଗଡ଼ ସରକାର ଆଗ୍ରହ ଦେଖାଉନାହନ୍ତି । ଓଡ଼ିଶା ନିଜ ଆଡୁ ବୈଠକ ଡାକୁଥିଲେ ବି ଛତିଶଗଡ଼ ସହଯୋଗ କରୁନି । ପ୍ରତିବର୍ଷ ସିଡବ୍ଲ୍ୟୁସି-ଛତିଶଗଡ଼-ଓଡ଼ିଶା ବୈଠକ ହୋଇଥାଏ ।"

ସେପଟେ ରାଜ୍ୟରେ ବନ୍ୟାସ୍ଥିତି ଗମ୍ଭୀର ହେବାରେ ଲାଗିଛି । ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଏବଂ ହୀରାକୁଦକୁ ଅଧିକ ଜଳ ପ୍ରବାହିତ ହେବା ଫଳରେ ଆଜି(ମଙ୍ଗଳବାର) ପର୍ଯ୍ୟାୟ କ୍ରମେ 14ଟି ଗେଟ ଖୋଲିଛି । ଫଳରେ ବର୍ତ୍ତମାନ 40 ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଏହି ସମୟରେ ଡ୍ୟାମକୁ 6 ଲକ୍ଷ 91 ହଜାରରୁ ଊର୍ଦ୍ଧ୍ୱ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ 6 ଲକ୍ଷ 10 ହଜାରରୁ ଊର୍ଦ୍ଧ୍ୱ ବନ୍ୟାଜଳ ନିଷ୍କାସିତ ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details