ଓଡିଶା

odisha

ETV Bharat / city

ଫୋକସରେ ଫୁଟବଲ ପଡ଼ିଆ ବିକାଶ: କ୍ରୀଡ଼ାମନ୍ତ୍ରୀଙ୍କୁ ଭେଟିଲେ FM Universityର କୁଳପତି

କ୍ରୀଡାମନ୍ତ୍ରୀଙ୍କୁ ଭେଟିଛନ୍ତି FM Universityର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ । ଫୁଟବଲ ପଡ଼ିଆ ବିକାଶ ପାଇଁ ସେ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ଅଧିକ ପଢନ୍ତୁ...

By

Published : Sep 13, 2021, 6:29 PM IST

ଫୋକସରେ ଫୁଟବଲ ପଡ଼ିଆ ବିକାଶ: କ୍ରୀଡ଼ାମନ୍ତ୍ରୀଙ୍କୁ ଭେଟିଲେ FM Universityର କୁଳପତି
ଫୋକସରେ ଫୁଟବଲ ପଡ଼ିଆ ବିକାଶ: କ୍ରୀଡ଼ାମନ୍ତ୍ରୀଙ୍କୁ ଭେଟିଲେ FM Universityର କୁଳପତି

ଭୁବନେଶ୍ବର: କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଭେଟିଛନ୍ତି ଫକୀର ମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ । ଆଜି(ସୋମବାର) ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ବିଶ୍ବବିଦ୍ୟାଳୟରେ ଏକ ଫୁଟବଲ ପଡ଼ିଆ ବିକଶିତ କରିବା ପାଇଁ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି କୁଳପତି ।

ଫୋକସରେ ଫୁଟବଲ ପଡ଼ିଆ ବିକାଶ: କ୍ରୀଡ଼ାମନ୍ତ୍ରୀଙ୍କୁ ଭେଟିଲେ FM Universityର କୁଳପତି

କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମନ୍ତ୍ରୀଙ୍କ ବାସଭବନରେ ସାକ୍ଷାତ କରିଛନ୍ତି । ଏହା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ବିଗତ କିଛି ବର୍ଷ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଛି । ଏଥିସହ କ୍ରୀଡ଼ା ପାଇଁ ଆଜି ଓଡ଼ିଶା ସମଗ୍ର ବିଶ୍ବରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରିଛି । ଏଥିପାଇଁ କୁଳପତି ରାଜ୍ୟ ସରକାର ତଥା କ୍ରୀଡ଼ା ବିଭାଗର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଏହି ଅବସରରେ କୁଳପତି ସନ୍ତୋଷ କୁମାର ତ୍ରିପାଠୀ ବିଶ୍ବବିଦ୍ୟାଳୟରେ ଏକ ଫୁଟବଲ ପଡ଼ିଆ ବିକଶିତ କରିବା ନିମନ୍ତେ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ଏହି ପ୍ରସ୍ତାବକୁ ମନ୍ତ୍ରୀ ଗ୍ରହଣ କରିବା ସହିତ କାର୍ଯ୍ୟକାରୀ କରିବା ଦିଗରେ ପ୍ରଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଥି ସହିତ ଖୁବଶୀଘ୍ର ମନ୍ତ୍ରୀ ବାଲେଶ୍ବର ଗସ୍ତରେ ଯାଇ ବିଶ୍ବବିଦ୍ୟାଳୟ ପରିଦର୍ଶନ କରିବେ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ା ଏବଂ ଯୁବସମାଜର ଉନ୍ନତି ପାଇଁ ବିରାଟ ଲକ୍ଷ୍ୟ ରଖିଛନ୍ତି । ତାହାକୁ ପୂରଣ କରିବା ଆମର ପ୍ରଥମ ପ୍ରାଥମିକତା ବୋଲି ମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମନ୍ତ୍ରୀ ବିଶ୍ବବିଦ୍ୟାଳୟର ଶିକ୍ଷା ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ କୁଳପତିଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details